୨୦୨୪ରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନରେନ୍ଦ୍ର ମୋଦୀ-ଅମିତ ଶାହା

ପାଟଣା: ୨୦୧୪ରୁ ବିଜେପି ସମସ୍ତ ବିରୋଧିଙ୍କୁ ଧୁଳି ଚଟାଇ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷମତାରେ ରହିଛି। ଦଳର ପ୍ରମୁଖ ଚେହେରା ନରେନ୍ଦ୍ର ମୋଦୀ ଲଗାତାର ଦୁଇ ଥର ପ୍ରଧାନମନ୍ତ୍ରୀ ରହିଛନ୍ତି। ଗୋଟିଏ ପ୍ରକାର କହିବାକୁ ଗଲେ ନରେନ୍ଦ୍ର ମୋଦୀଙ୍କ ଚେହେରାକୁ ପାଥେୟ କରି ଗେରୁଆ ଦଳ ଦୁଇଥର ଯାକ କ୍ଷମତାକୁ ଆସିଛି। ତେବେ ଗତ କିଛି ଦିନ ଧରି ଆଲୋଚନା ଜୋରଦାର ଚାଲିଥିଲା ଯେ, ୨୦୨୪ରେ କିଏ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ଏବେ ଗୃହମନ୍ତ୍ରୀ ଅମିତ ଶାହା ଏହାର ଉତ୍ତର ଦେଇଛନ୍ତି। ରବିବାର ଅମିତ ଶାହା ଏହି ରହସ୍ୟରୁ ପରଦା ହଟାଇଛନ୍ତି। ୨୦୨୪ରେ ନରେନ୍ଦ୍ର ମୋଦୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ସେ କହିଛନ୍ତି।

ଲ୍ଲେଖନୀୟ କଥା ହେଉଛି, ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ୩୦୦ ରୁ ଅଧିକ ଆସନ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଦଳର ବରିଷ୍ଠ ନେତା ଅରୁଣ ସିଂ କହିଛନ୍ତି ଯେ ଶାହା ଶ୍ରମିକମାନଙ୍କୁ ସାଧାରଣ ଜନତାଙ୍କୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର କ୍ୟାବିନେଟରେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଏବଂ ଓବିସିର ସର୍ବୋତ୍ତମ ପ୍ରତିନିଧିତ୍ୱ ଭଳି ତଥ୍ୟ ବିଷୟରେ ଜଣାଇବାକୁ କହିଛନ୍ତି। ଗ୍ରାମୀଣ ପୃଷ୍ଠଭୂମିରୁ ଲୋକମାନଙ୍କର ପ୍ରତିନିଧିତ୍ୱ ମଧ୍ୟ ବୃଦ୍ଧି ପାଇଛି। ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କ ନିର୍ବାଚନ ସମ୍ପର୍କରେ ଅମିତ ଶାହା କହିଛନ୍ତି ଯେ ସମାଜର ସମସ୍ତ ବର୍ଗର ସ୍ୱାର୍ଥକୁ ପ୍ରତିନିଧିତ୍ୱ କରିବାକୁ ବିଜେପି ବିଶ୍ୱାସ କରେ।

ପାଟନାରେ ବିଜେପିର ଜାତୀୟ କାର୍ୟ୍ୟକାରିଣୀ କମିଟି ସମାରୋହକୁ ସମ୍ବୋଧିତ କରି ସେଠାରେ ଗୃହମନ୍ତ୍ରୀ ଅମିତ ଶାହା ୨୦୨୪ ମସିହାରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି। ତେଣୁ ଉକ୍ତ ବୈଠକରେ ବିହାରରେ ଜେଡିୟୁ ସହ ଦଳର ମିଳିତ ମଞ୍ଚ ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂ କହିଛନ୍ତି ଯେ ୨୦୨୪ ରେ ବିଜେପି ଏବଂ ଜେଡି (ୟୁ) ଉଭୟ ଲୋକସଭା ନିର୍ବାଚନ ଏବଂ ୨୦୨୫ ରେ ବିଧାନସଭା ନିର୍ବାଚନ ଲଢ଼ିବେ, ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ।