fbpx

ସ୍ପେସରେ କିପରି ଧୁଅନ୍ତି ଚୁଟି, ଅନ୍ତରିକ୍ଷ ଯାତ୍ରୀ ଜାରି କଲେ ଭିଡିଓ

ନୂଆଦିଲ୍ଲୀ: ଅନ୍ତରିକ୍ଷକୁ ନେଇ ଲୋକମାନଙ୍କ ମନରେ ଅନେକ କୋଳାହଳ ଜାରି ରହିଥାଏ । ସେଠାକାର ଜୀବନ ଶୈଳୀ ଓ ସେଠାକାର ବିଭିନ୍ନ ଘଟଣା ସମ୍ପର୍କରେ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ସ୍ପେସ୍ କୁ ଯାଉଥିବା ଯାତ୍ରୀ ମ୍ରାନେ ସେଠାରେ କିପରି ରହିଥାନ୍ତି । ଏହିସବୁ ଭିତରେ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ୍ କୁ ଯାଇଥିବା ନାସାର ଅନ୍ତରିକ୍ଷ ଯାତ୍ରୀ ମେଗନ୍ ମେକଆର୍ଥର୍ ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ସେ ଦେଖାଇଛନ୍ତି ଯେ, ସ୍ପେସ୍ ରେ କିପରି ଚୁଟି ଧୋଇଥାନ୍ତି । ଭିଡିଓରେ ସେ ବୁଝାଇଛନ୍ତି ଯେ, କିପରି ସେ ସେଠାରେ ନିଜର ଚୁଟିକୁ ଧୋଇଥାନ୍ତି ।

ମେଗନ୍ ମେକଆର୍ଥର୍ ଭିଡିଓ ସେୟାର୍ କରି କହିଛନ୍ତି ଯେ, ଅନ୍ତରିକ୍ଷ ଯାତ୍ରୀ ମାନେ ସେଠାରେ ଗାଧୋଇପାରିବେନି । କାରଣ ଗାଧୋଇବା ଦ୍ୱାରା ସବୁଆଡ଼େ ପାଣି ପଶିଯିବ । ତେଣୁ ସେମାନେ କିପରି ନିଜର ଚୁଟିକୁ ସଫା ରଖନ୍ତି ସେ ବିଷୟରେ କହିଛନ୍ତି । ଆମେ ପୃଥିବୀରେ ଯେଉଁସବୁ ସାଧାରଣ ଭାବରେ କରିଥାଉ ତାହା ସୁକ୍ଷ୍ମ-ଗୁରୁତ୍ୱାକର୍ଷଣରେ ଏତେ ବି ସରଳ ନୁହେଁ । ତେବେ ଭିଡିଓଟି ଅପଲୋଡ୍ କରାଯିବା ପରେ ଅନେକ ୟୁଜର୍ ଏହାକୁ ଲାଇକ୍ କରିଛନ୍ତି ଓ ନିଜର ପ୍ରତିକ୍ରିୟା ରଖିଛନ୍ତି ।

Get real time updates directly on you device, subscribe now.