fbpx
BSKY
BJD YOUTH SKY
BJD MS SKY

IAS ସ୍ତରରେ ଅଦଳବଦଳ, କେନ୍ଦ୍ରୀୟ ଡେପୁଟେସନରେ ଗଲେ ପ୍ରମୋଦ କୁମାର ମେହେର୍ଦ୍ଦା

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।  ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରିଲିଭ କରାଯାଇଛି । କେନ୍ଦ୍ରରେ ଜାତୀୟ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ବା NFSMର ଏମଡି ଭାବେ ପ୍ରମୋଦ ଦାୟିତ୍ୱ ତୁଲାଇବେ ।

ସେହିପରି ଜଳ ସମ୍ପଦ ସଚିବ ଅନୁ ଗର୍ଗଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଡ.ମେହେର୍ଦ୍ଦା ରାଜ୍ୟପାଳଙ୍କ ସଚିବ ତଥା କମିଶନର ଭାବେ କାର୍ଯ୍ୟ କରିବା ସହିତ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ତଥା କମିଶନର ଭାବେ ଅତିରିକ୍ତି ଦାୟତ୍ୱ ମଧ୍ୟ ତୁଲାଉଥିଲେ ।

ଅନ୍ୟପଟେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ଆଇଏଏସ ଶାଶ୍ୱତ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ଏବେ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.