fbpx
BSKY SKY
BSKY SKY

ଖାଇବା ପାଇଁ ବିକଳ ହେଉଛନ୍ତି ୫୦% ଶିଶୁ, ଆଫଗାନିସ୍ତାନରେ ମିଳୁନି ଖାଦ୍ୟ: ଜାତିସଂଘର ଚେତାବନୀ

BSKY

କାବୁଲ: ଆଫଗାନିସ୍ତାନରେ ତାଲିବାନ ମାନେ ନିଜର ଶାସନ ଆରମ୍ଭ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଅନ୍ୟପଟେ ଦେଶରେ ବର୍ତ୍ତମାନ ଖାଦ୍ୟ ସଙ୍କଟ ଦେଖାଦେଇଛି । ଏହା ମଧ୍ୟରେ ଜାତିସଂଘ ଚେତାବନୀ ଦେଇଛନ୍ତି ଯେ, ଆଫଗାନିସ୍ତାନରେ ଏକ ମାସ ମଧ୍ୟରେ ଖାଦ୍ୟ ସଙ୍କଟ ଦେଖାଦେବ । ପ୍ରତି ତିନି ଜଣଙ୍କ ମଧ୍ୟରେ ଜଣେ ଖାଦ୍ୟ ଅଭାବର ସାମନା କରିବେ । ଖାଲି ସେତିକି ନୁହେଁ ବର୍ତ୍ତମାନ ୫୦ ପ୍ରତିଶତ ପିଲା ଖାଦ୍ୟ ପାଇଁ ବିକଳ ହେଉଛନ୍ତି । ତେଣୁ ଆଗକୁ ସ୍ଥିତି ବିଗିଡ଼ିପାରେ ବୋଲି କୁହାଯାଇଛି ।

ଆଫଗାନିସ୍ତାନ ପ୍ରଥମରୁ ହିଁ ଦୁନିଆର ସବୁଠାରୁ ଗରିବ ରାଷ୍ଟ୍ର ଭିତରୁ ଗୋଟିଏ । ଆଉ ଏବେ କାର ରାଜନୀତିକ ଅସ୍ଥିରତା କାରଣୁ ଦେଶରେ ୭୨ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ପହଞ୍ଚିଯାଇଛନ୍ତି । ଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନରେ ଖାଦ୍ୟ ପଦାର୍ଥର ଦର ୫୦ ପ୍ରତିଶତ ମହଙ୍ଗା ହୋଇଯାଇଛି । କରୋନା ମହାମାରୀ ପୂର୍ବରୁ ଦେଶର ୫୪.୫ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ରହିଥିଲା ।

Get real time updates directly on you device, subscribe now.