fbpx

ଖାଇବା କଣ୍ଟ୍ରୋଲ କରି ପାଡ଼ିଲେ, ଜାରରେ ଭର୍ତ୍ତି କରି ବିକିଲେ; ଆଉ ଏମିତି ଲକ୍ଷପତି ବନିଗଲେ ମହିଳା

ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନରେ ପାଡିବାକୁ ଅନେକ ଲୋକ ଅସଭ୍ୟତା ବିବେଚନା କରିଥାନ୍ତି । ଏପରିକି ଏପରି କରୁଥିଲେ ସାଧାରଣ ଲୋକ ଅପମାନିତ ବୋଧ କରିଥାନ୍ତି । ଏପରି ସମୟରେ ଜଣେ ମହିଳା ନିଜ ପାଡ ବିକି ଲକ୍ଷପତି ହୋଇ ଯାଇଛନ୍ତି । ନିଜ ପାଡ ବିକି ମହିଳା ଜଣକ ୧୮.୫ ଲକ୍ଷ ଟଙ୍କା ଆୟ କରିଛନ୍ତି । ଏହି ମହିଳାଙ୍କ ନାମ ଲଶ ବଟାନିଷ୍ଟ । ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାରେ ପାଡିଥିବ ବେଳେ ଏହି ଭିଡଓଟି ବେଶ ଭାଇରାଲ ହୋଇଥିଲା ।

ଇଣ୍ଟରନେଟର ଏହି ଆତ୍ମଘୋଷିତ ପାଡ଼ କ୍ୱିନ କହିଛନ୍ତି, ବିଗତ ୩ ବର୍ଷ ହେଲାଣି ସେ ଏହି ବ୍ୟବସାୟ ଚଳାଇଛନ୍ତି । ଏହା ସହିତ ପାଡର ଶବ୍ଦକୁ ନିୟନ୍ତ୍ରଣ କରିବା ପାଇଁ ସେ ନିଜର ଡାଏଟକୁ ନିୟନ୍ତ୍ରଣ କରୁଥିବା ପ୍ରକାଶ କରିଛନ୍ତି । ଉତ୍ତମ କ୍ୱାଲିଟିର ପାଡ ପାଇଁ ସେ ପାର୍ମେସାନ ଓ ମୋଜ୍ଜେରେଲ୍ଲାକୁ ଖାଇବାରେ ସାମିଲ କରିଛନ୍ତି । ପାର୍ମେସାନରେ ପାଡର ବାସ୍ନା ସଲଫରି ରହୁଥିବା ବେଳେ ମୋଜେରେଲାରେ ପାଡର ସାଉଣ୍ଡ ତୀବ୍ର ରହିଥାଏ । ଥରେ ପାଡିବା ପାଇଁ ସେ ୧୭୫ ଡଲାର ଚାର୍ଜ କରନ୍ତି । ଗୋଟିଏ ଦିନରେ ସେ ସର୍ବାଧିକ ୪ ହଜାର ଡଲାର ଯାଏଁ ଆୟ କରିଛନ୍ତି । ବର୍ତ୍ତମାନ ଯାଏଁ ସେ ସମୁଦାୟ ୨୫ ହଜାର ଡଲାର ବା ଭାରତୀୟ ମୁଦ୍ରାରେ ୧୮.୫ ଲକ୍ଷ ଟଙ୍କା ଆୟ କରିଛନ୍ତି । ସେହିପରି ଜାରରେ ପାଡି ଏହି ଜାର ଗୁଡିକୁ ଗ୍ରାହକଙ୍କ ନିକଟକୁ ପଠାଇଥାନ୍ତି ।

Get real time updates directly on you device, subscribe now.