fbpx

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଉଠୁଛି ପ୍ରଶ୍ନ, କମ୍ ବୟସରେ କାହିଁକି ଆସେ ହାର୍ଟ ଆଟାକ୍ ?

ନୂଆଦିଲ୍ଲୀ : ହାର୍ଟ ଆଟାକ୍ ଯୋଗୁଁ ଅଭିନେତା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ପରଲୋକ ଘଟିଛି । ବିଗ୍ ବସ୍ -୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ୪୦ ବର୍ଷ ବୟସ ହୋଇଥିଲା ଓ ଏହି ବୟସରେ ହାର୍ଟ ଆଟାକ୍ ହେତୁ ସିଦ୍ଧାର୍ଥଙ୍କ ମୃତ୍ୟୁ ହେବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଏକ ନିର୍ଦ୍ଦିଷ୍ଟ ବୟସରେ ହାର୍ଟ ଜନିତ ରୋଗ ଏବଂ ହାର୍ଟ ଆଟାକ ମାମଲା ସାମ୍ନାକୁ ଆସିଥାଏ , କିନ୍ତୁ ଗତ ଏକ ବର୍ଷରେ ଯୁବକମାନଙ୍କ ମଧ୍ୟରେ ହାର୍ଟ ଆଟାକ୍ ହେତୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଆସନ୍ତୁ ଜାଣିବା କେଉଁ କାରଣଗୁଡ଼ିକ ଯୋଗୁଁ ଯୁବକମାନେ ହାର୍ଟ ଆଟାକର ଶିକାର ହୁଅନ୍ତି…

ଜଙ୍କ ଫୁଡ୍
ଜଙ୍କ ଫୁଡରେ କ୍ୟାଲୋରୀ ପରିମାଣ ଅଧିକ ରହିଥାଏ ଓ ଏହା କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ବଢ଼ାଇଥାଏ । ଅଧିକ ଜଙ୍କ୍ ଫୁଡ୍ ଖାଇବା ଦ୍ୱାରା ହାର୍ଟ ଆଟାକର ସମ୍ଭାବନା ବଢ଼ିଥାଏ ।

କାମ ପ୍ରେସର
ବ୍ୟସ୍ତ ଜୀବନଶୈଳୀ ଓ ଖାଦ୍ୟର ଯତ୍ନ ନନେବା କାରଣରୁ ଯୁବକମାନଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଯାଉଛି । ଲଗାତାର ଭାବେ କାମ କରିବାର ଚାପ, ଘଣ୍ଟା ଘଣ୍ଟା ବସିବାର ଅଭ୍ୟାସ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଅନ୍ୟପଟେ, ଭୋକ ଲାଗିଲେ ଜଙ୍କ ଫୁଡ ଖାଇବାରୁ ଏହା ରକ୍ତବାହୀ ଉପରେ ପ୍ରଭାବ ପକାଇଥାଏ । ଏହି କାରଣରୁ ଅଳ୍ପ ବୟସରେ ହାଇ ବ୍ଲଡ୍ ପ୍ରେସରର ସମସ୍ୟା ହୋଇପାରେ ।

ଷ୍ଟେରଏଡ
ବଲିଉଡ ସେଲିବ୍ରିଟିଙ୍କ ପରି ଶରୀର କରିବାକୁ ଯୁବକମାନେ ଘଣ୍ଟା ଘଣ୍ଟା ଜିମରେ ଝାଳ ବୁହାନ୍ତି ଓ ଅନେକ ଥର ପୁଷ୍ଟିକର ଖାଦ୍ୟ ଗ୍ରହଣ କରିଥାନ୍ତି । ଏଥିରେ ଏମ୍ବୋଲିକ୍ ଷ୍ଟେରଏଡ ପରି ଦ୍ରବ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା ହୃଦଘାତର ଆଶଙ୍କାକୁ ଅଧିକ ବଢ଼ାଇଥାଏ ।

ମଦ୍ୟପାନ
ଅଧିକାଂଶ ଯୁବପିଢ଼ି ୧୮ ରୁ ୨୫ ବର୍ଷ ବୟସରେ ଧୂମପାନ ଓ ମଦ୍ୟପାନ କରିବା ଆରମ୍ଭ କରନ୍ତି । ଡାକ୍ତରଙ୍କ କହିବାନୁସାରେ, ଯୁବକମାନଙ୍କ ମଧ୍ୟରେ ହାର୍ଟ ସମ୍ବନ୍ଧୀୟ ରୋଗର ଏହା ଏକ ମୁଖ୍ୟ କାରଣ । ସେମାନଙ୍କର ନିଶା ଯୋଗୁଁ ଯୁବକମାନେ ହାର୍ଟ ଆଟାକର ଶିକାର ହେଉଛନ୍ତି ।

ତେବେ ଯେକୌଣସି ବୟସରେ ବି ହାର୍ଟ ଆଟାକ୍ ଆସିପାରେ । ଯେକୌଣସି ବ୍ୟକ୍ତି ଏହାର ଶିକାର ହୋଇପାରନ୍ତି, କିନ୍ତୁ ଯଦି ଆପଣ କିଛି ବିଶେଷ ଲକ୍ଷଣ ଦେଖନ୍ତି ତେବେ ସତର୍କ ହେବା ଉଚିତ୍ । ନିଦ୍ରାହୀନତା, ନିଶ୍ୱାସ ନେବାରେ ଅସୁବିଧା, ଅତ୍ୟଧିକ ଥକ୍କା, ଅନିୟମିତ ହୃଦସ୍ପନ୍ଦନ ଏବଂ ଗୋଡ ଫୁଲିଯିବା ହାର୍ଟ ଆଟାକର ଲକ୍ଷଣ ହୋଇପାରେ । ଏହି ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

Get real time updates directly on you device, subscribe now.