fbpx

ଉଡ଼ୁଥିବା ଡ୍ରୋନକୁ ଖାଇଗଲା କୁମ୍ଭୀର, ମୁହଁରୁ ବାହାରିଲା ଭୀଷଣ ଧୁଆଁ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ କରିବା ପରି ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଗୋଟିଏ କୁମ୍ଭୀର ଉଡ଼ୁଥିବା ଡ୍ରୋନ୍ କୁ ଖାଇଗଲା । ସେ ଡ୍ରୋନ୍ କୁ କୌଣସି ,ଏକ ଉଡ଼ୁଥିବା ଜୀବ ବୋଲି ଭାବି ଗିଳିଦେଇଛି । ଖାଲି ସେତିକି ନୁହେଁ ଡ୍ରୋନ୍ କୁ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ଭିତରକୁ ଚାଲିଯାଉଛି । ଏହାର କିଛି ସମୟ ପରେ ପାଣି ଉପରକୁ ଆସିଥିବା ଦେଖିବାକୁ ମିଳିଛି । ହେଲେ ସେ ଯେତେବେଳେ ମୁହଁ ଖୋଲିଥିଲା ସେତେବେଳେ ଦେଖିବାକୁ ମିଳିଥିଲା ଯେ, ତା ମୁହଁରୁ ପାଣି ବାହାରୁଛି ।

ତେବେ ଡ୍ରୋନ୍ ଟି କୁମ୍ଭୀରର କ୍ଲୋଜ୍ ସଟ୍ ନେବାକୁ ତାର ଏକଦମ୍ ପାଖାପାଖି ପହଞ୍ଚିଥିଲା ଠିକ୍ ସେତେବେଳେ ଏପରି ଘଟିଥିବା ଦେଖିବାକୁ ମିଳିଛି । ଏହି ଘଟଣା ଆମେରିକାର ଫ୍ଲୋରିଡ଼ା ଠାରେ ହୋଇଥିବା କୁହାଯାଇଛି । ଏହି ଭିଡିଓକୁ ଯେଉଁ ବ୍ୟକ୍ତି ଟୁଇଟର୍ ରେ ଅପଲୋଡ୍ କରିଛନ୍ତି ତାଙ୍କ ଭିଡିଓକୁ ସୁନ୍ଦର ପିଚାଇ ମଧ୍ୟ ରି-ଟୁଇଟ୍ କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, କୁମ୍ଭୀର ପାଖରେ ଏକ ଛୋଟ ଡ୍ରୋନ୍ ଘୂରି ବୁଲୁଛି । ସେହି ସମୟରେ କୁମ୍ଭୀର ଟି ଡ୍ରୋନ୍ ଟିକୁ ପାଟିରେ ଧରି ନେଇଛି । କିଛି ସମୟରେ ଡ୍ରୋନ୍ ଟି ମୁହଁ ଭିତରକୁ ଖୁବ୍ ସହଜରେ ପଶିଯାଉଛି । ଆଉ ଏହାପରେ କୁମ୍ଭୀର ପାଟିରୁ ଖୁବ୍ ଜୋରରେ ଧୁଆଁ ବାହାରୁଛି ।

Get real time updates directly on you device, subscribe now.