fbpx
BSKY
BJD MC SKY
BJD YOUTH SKY

CR7ଙ୍କ ଆଉ ଏକ ମାଇଲଖୁଣ୍ଟ; ସର୍ବାଧିକ ଆନ୍ତର୍ଜାତୀୟ ଗୋଲର ରେକର୍ଡ

ନୂଆଦିଲ୍ଲୀ: ପର୍ତ୍ତୁଗାଲ ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି । ନିଜ କ୍ୟାରିୟରର ୧୧୧ ତମ ଗୋଲ ସ୍କୋର କରିବା ସହିତ ଆନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ ନିଜ ନାମରେ କରିଛନ୍ତି । ଆୟାର୍ଲରାଣ୍ଡ ବିପକ୍ଷ ମ୍ୟାଚରେ ଡବଲ ଗୋଲ ସ୍କୋର କରିବାୁ ସହିତ ଇରାନ ଷ୍ଟ୍ରାଇକର ଅଲୀ ଡେଇଙ୍କୁ ପଛରେ ପକାଇଛନ୍ତି । ପୂର୍ବରୁ ଉଭୟ ଖେଳାଳି ୧୦୯ ଲେଖାଏଁ ଗୋଲ ସ୍କୋର କରିଥିଲେ ।

ବୁଧବାର ଅନୁଷ୍ଠିତ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ରୋନାଲ୍ଡୋଙ୍କ ଡବଲ ଗୋଲ ସହାୟତାରେ ଅଲୀଙ୍କୁ ଅତିକ୍ରମ କରିଛନ୍ତି । ମ୍ୟାଚର ୮୯ ତମ ମିନିଟରେ ଗୋଲ ସ୍କୋର କରି ଅଲୀଙ୍କୁ ଅତିକ୍ରମ କରିଥିଲେ । ଏହା ୬ ମିନିଟ ପରେ ଷ୍ଟପେଜ ଟାଇମରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ରୋନଲ୍ଡୋ । ଏହାକୁ ମିଶାଇ ପର୍ତ୍ତୁଗାଲ ପାଇଁ ନିଜର ୧୮୦ ତମ ମ୍ୟାଚରୁ ୧୧୧ ତମ ଗୋଲ ସ୍କୋର କରିଥିଲେ ରୋନାଲ୍ଡୋ । ପୁରୁଷ ଖେଳାଳିଙ୍କ ମଧ୍ୟରେ ରୋନାଲ୍ଡୋ ସର୍ବାଧିକ ଗୋଲ ସ୍କୋର କରିଥିବା ବେଳେ ଆନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ସ୍କୋରର ରେକର୍ଡ କାନାଡାର ମହିଳା ଖେଳାଳି କ୍ରିଷ୍ଟିନ ସିନକ୍ଲେୟାରଙ୍କ ନାମରେ ରହିଛି । କ୍ରିଷ୍ଟିନ କାନାଡା ପକ୍ଷରୁ ୩୦୪ଟି ମ୍ୟାଚ ଖେଳି ୧୮୭ ଗୋଲ ସ୍କୋର କରିଛନ୍ତି ।

Get real time updates directly on you device, subscribe now.