fbpx

ନାସା ନାଁରେ ଆସିଥିବା ଇ-ମେଲ ନକଲି

ଅନୁଗୁଳ,୨ା୧୨(ଓଡ଼ିଶା ଭାସ୍କର): ଅନୁଗୁଳରେ ଏକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ନାସା ନାଁରେ ଏକ ଇ-ମେଲ ଆସିବା ଘଟଣା ଘଟିଥିଲା । ଯାହାକୁ ନେଇ ସନ୍ଦେହ ଉପୁଜିଥିଲା । ପରେ ସେନେଇ ତଦନ୍ତ ମଧ୍ୟ ହୋଇଥିଲା । ତଦନ୍ତ ପରେ ଅନୁଗୁଳ ସାଇବର ସେଲ ଏନେଇ ସୂଚନା ଦେଇଛି । ଏହା ନାସା ପକ୍ଷରୁ ଆସିନଥିଲା । ଏହା ଏକ ନକଲି ଇ-ମେଲ ଥିଲା ବୋଲି ପୋଲିସ କହିଛି । ଏହି ଘଟଣାରେ ଜଣେ ନାବାଳକ ସମ୍ପୃକ୍ତ ଅଛି ବୋଲି ମଧ୍ୟ ସାଇବର ସେଲ କହିଛି । ଉଲ୍ଲେଖଯୋଗ୍ୟ ଯେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ନାସା ନାଁରେ ଏକ ଜାଲ ଇମେଲ ଆସିଥିଲା ।

Get real time updates directly on you device, subscribe now.