fbpx

ନନ୍ଦନକାନନରେ ଆନାକୋଣ୍ଡା ଏବେ ସୁରକ୍ଷିତ: ବିଶେଷଜ୍ଞ ଅଜୟ କାର୍ତ୍ତିକ

Advertisement

ବାରଙ୍ଗ,୨ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ ପରେ ବିଶେଷଜ୍ଞ ଆସିଥିଲେ । ସେଠାକାର ସ୍ଥିତି ସମୀକ୍ଷା କରିବା ପରେ ବିଶେଷଜ୍ଞ ଅଜୟ କାର୍ତ୍ତିକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପରାମର୍ଶ ଅନୁସାରେ ଆନାକୋଣ୍ଡାଙ୍କ ଚିକିତ୍ସା ହେଉଛି । ଆନାକୋଣ୍ଡା ବର୍ତ୍ତମାନ ସୁରକ୍ଷିତ ଥିବା ସେ କହିଛନ୍ତି । ଚେନ୍ନାଇ କ୍ରୋକୋଡାଇଲ ବ୍ୟାଙ୍କ ଅଫ ଟ୍ରଷ୍ଟରୁ ବିଶେଷଜ୍ଞ ଆସିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଗତ ଚାରିରୁ ପାଞ୍ଚ ଦିନ ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆସିଥିବା ୮ ଆନାକୋଣ୍ଡାରୁ ୨ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା । କିନ୍ତୁ ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଥିଲା । ଏହାସହ ଆଉ ୪ଟି ଅସୁସ୍ଥ ଆନାକୋଣ୍ଡା ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ । ୪ଅସୁସ୍ଥ ଆନାକୋଣ୍ଡା ସମେତ ନନ୍ଦନକାନନରେ ମୋଟ୍ ୬ଟି ଆନାକୋଣ୍ଡା ରହିଛନ୍ତି । ଅକ୍ଟୋବର ୨୨ରେ ଚେନ୍ନାଇରୁ ନନ୍ଦନକାନନକୁ ୮ଟି ଆନାକୋଣ୍ଡା ଅଣାଯାଇଥିଲା । ଏନେଇ ଆଜି ବିଶେଷଜ୍ଞ ଆସିଥିଲେ ।

Get real time updates directly on you device, subscribe now.