fbpx

ଦ୍ୱିତୀୟ ବ୍ରହ୍ମାଣ୍ଡ ଖୋଜିଲା ନାସା, ଯେଉଁଠି ସମୟ ଚାଲୁଛି ଓଲଟା

ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଏକ ସମାନ୍ତରାଳ ବ୍ରହ୍ମାଣ୍ଡର ସନ୍ଧାନ କରିଛି । ଅର୍ଥାତ୍ ଆମ ବ୍ରହ୍ମାଣ୍ଡ ପାଖରେ ଆଉ ଏକ ବ୍ରହ୍ମାଣ୍ଡ ରହିଛି । କିନ୍ତୁ ସେଠାରେ ସମୟ ଓଲଟା ଚାଲିଥାଏ । ସମାନ୍ତରାଳ ୟୁନିଭର୍ସରୁ ନେଇ ଆଣ୍ଟାର୍କଟିକା ପର୍ଯ୍ୟନ୍ତ ଅନୁସନ୍ଧାନ କରାଯାଇଛି । ଏହାକୁ ଆଧାର କରି ଆମେରିକାର ବୈଜ୍ଞାନିକମାନେ କହିଛନ୍ତି ଯେ ସେମାନେ ଆଉ ଏକ ବ୍ରହ୍ମାଣ୍ଡର ସନ୍ଧାନ କରିଛନ୍ତି । କିନ୍ତୁ ଅନେକ ବୈଜ୍ଞାନିକ ଏଥିରେ ସହମତି ହୋଇନାହାନ୍ତି । ଏହାକୁ ପ୍ରମାଣିତ କରିବା ପାଇଁ ବୈଜ୍ଞାନିକମାନେ ଏଏନଆଇଟିଏ ଆଣ୍ଟିନାକୁ ଏକ ବିଶାଳ ବେଲୁନ ଜରିଆରେ ଉପରକୁ ଉଠାଇଥିଲେ । ଏହି ବେଲୁନ ଏତେ ଉପରକୁ ଉଠିଯାଇଥିଲା, ଯେଉଁଠାରେ ବାୟୁ ବି ଶୁଖିଲା ହୋଇରହିଛି ।


ତେବେ ୧୩.୮ ବିଲିୟନ ବର୍ଷ ର୍ପୂବେ ବିଙ୍ଗ-ବ୍ୟାଙ୍ଗ ସମୟରେ ଦୁଇଟି ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥିଲା । ଗୋଟିଏରେ ଆମେ ବାସ କରୁଥିବା ବେଳେ ଆଉ ଗୋଟିଏ ସର୍ବଦା ପଛକୁ ଯାଇଛି । ଅର୍ଥାତ୍ ସେଠାରେ ସମୟ ଓଲଟା ଚାଲିଛି । ହକିଙ୍ଗ ସିଦ୍ଧାନ୍ତ ଅନୁଯାୟୀ ଅନେକ ବ୍ରହ୍ମାଣ୍ଡ ଆମ ଭଳି ହୋଇପାରନ୍ତି, ଯାହାର ପୃଥିବୀ ପରି ଗ୍ରହ ରହିବ । କେବଳ ଗ୍ରହ ନୁହେଁ, ସେଠାରେ ସମାଜ ଓ ଆମ ଭଳି ଲୋକମାନେ ମଧ୍ୟ ହୋଇପାରନ୍ତି ।

Get real time updates directly on you device, subscribe now.