fbpx

ନାସା ସେୟାର୍ କଲା ହିନ୍ଦୁ ଦେବଦେବୀଙ୍କ ସହ ବସିଥିବା ଭାରତୀୟ ଝିଅଙ୍କ ଫଟୋ, ସୋସିଆଲ ମିଡିଆରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ଆଜି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭାରତୀୟ ମୂଳର ଇଣ୍ଟର୍ନ ପ୍ରତିମା ରାୟଙ୍କ ଫଟୋ ସେୟାର କରିଛି । ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି । ଏଥିରେ ଖାସ୍ କଥା ହେଉଛି ଭାରତୀୟ ଇଣ୍ଟର୍ନଙ୍କ ଫଟୋରେ ହିନ୍ଦୁ ଦେବାଦେବୀଙ୍କୁ ଦେଖିବାକୁ ମିଳିଛି । ତେବେ ନାସାର ଏହି ପୋଷ୍ଟକୁ ସୋସିଆଲ ମିଡିଆରେ କିଛି ଲୋକ ପ୍ରଶଂସା କରୁଥିବା ବେଳେ ଆଉ କିଛି ଏହାକୁ ବିଜ୍ଞାନ ଜଗତର ନାଶ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନାଯୋଗ୍ୟ, ଯେ, ନାସା ଇଣ୍ଟର୍ନସିପ୍ ପାଇଁ ଆବେଦନ କରିବାକୁ କିଛି ଫଟୋ ସେୟାର କରିଥିଲେ । ଏହି ଟୁଇଟ୍ ରେ ଇଣ୍ଟର୍ନର ଫଟୋ ସବୁ ରହିଛି । ଆଉ ଏହି ପୋଷ୍ଟରେ ହିଁ ଉକ୍ତ ଫଟୋକୁ ସେୟାର କରାଯାଇଛି । ଏଥିରେ ନାସାରେ ଇଣ୍ଟର୍ନ କରୁଥିବା ପ୍ରତିମା ରାୟଙ୍କର ଫଟୋ ରହିଛି । ଆଉ ତାଙ୍କ ପାଖରେ ହିନ୍ଦୁ ଦେବାଦେବୀଙ୍କ ମୁର୍ତ୍ତି ଯେପରିକି ଦେବୀ ସରସ୍ୱତୀ, ଦେବୀ ଦୁର୍ଗା ଏବଂ ଭଗବାନ ରାମସୀତାଙ୍କ ପ୍ରତିମୁର୍ତ୍ତି ରହିଛି । ତେବେ ଏହାକୁ ନେଇ ଅନେକ ଭଲ ପ୍ରତିକ୍ରିୟା ରଖିଥିବା ବେଳେ କିଛି ଏହି ଫଟୋକୁ ନେଇ ବୈଜ୍ଞାନିକ ଚିନ୍ତା ଧାରା ଉପରେ ପ୍ରଶ୍ନ ଠିଆ କରିଛନ୍ତି ।

ନାସାର ଏହି ଟୁଇଟ୍ ରେ ୟୁଜର୍ସ ମାନେ ନାସାର ମଜାକ୍ ଉଡାଇବାରେ ଲାଗିଛନ୍ତି । ଏହାକୁ ନେଇ ମିଶନ୍ ଆମ୍ବେଦକର୍ ନାମକ ଏକ ୟୁଜର୍ ଲେଖିଛନ୍ତି ଯେ, “ଏହାକୁ ଦେଖିବା ପରେ ମୁଁ କହିଲି ଯେ ନାସା ସାଇନ୍ସକୁ ନାଶ କରିଦେଲା” । ତେବେ ଏହାକୁ ନେଇ ଜଣେ ସ୍କିନ୍ ଡାକ୍ତର ଲେଖିଚନ୍ତି ଯେ, “ଯେଉଁ ମାନେ ଏହାର ମଜାକ୍ ଉଡାଉଛନ୍ତି ସେମାନଙ୍କୁ ମୁଁ କହିବାକୁ ଚାହୁଛି ଯେ, ହିଜାବ୍, ବହୁବିବାହ, ବାଲ୍ୟ ବିବାହକୁ ବାଛିବାର ସ୍ୱାଧୀନତାର ନାମରେ ସମ୍ମାନ ଦିଆଯାଉଛି, ହେଲେ ଏକ ହିନ୍ଦୁ ମହିଳା ଯଦି ନିଜର ଧର୍ମ ପାଳନ କରୁଛି ତାହେଲେ ତାକୁ ମୁର୍ଖତାର ପରିଚୟ ଦିଆଯାଉଛି” ।

Get real time updates directly on you device, subscribe now.