fbpx

ସିଲ୍ ହେଲା ଅଭିନେତା ସୁନୀଲ ଶେଟ୍ଟୀଙ୍କ ବିଲ୍ଡିଂ, ଜାଣନ୍ତୁ କାରଣ

ମୁମ୍ବାଇ: କରୋନା ଭାଇଣସର ତୃତୀୟ ଲହର ଆସିବା ପୂର୍ବରୁ ଚିନ୍ତା ବଢ଼ିବାରେ ଲାଗିଛି । ନୂଆ ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇବାରେ ଲାଗିଛି । ଏହାରି ମଧ୍ୟରେ ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । କରୋନା କାଳରେ ସିଲ୍ ହୋଇଛି ବଲିଉଡ ଅଭିନେତା ସୁନିଲ ସେଟ୍ଟୀଙ୍କ ବିଲ୍ଡିଂ । ସେ ମୁମ୍ବାଇ ସ୍ଥିତ ପୃଥୀ ଆପାର୍ଟମେଣ୍ଟ ବିଲ୍ଡିଂରେ ନିଜ ପତ୍ନୀ ମାନା ସେଟ୍ଟୀ, ଝିଅ ଆଥିୟା ସେଟ୍ଟୀ ଓ ପୁଅ ଅହାନ ସେଟ୍ଟୀଙ୍କ ସହ ରହୁଥିବା ଜଣାପଡିଛି । ବିଲ୍ଡିଂଟି ଦକ୍ଷିଣୀ ମୁମ୍ବାଇର ଅଲ୍ଟାମାଉଣ୍ଟ ରୋଡରେ ରହିଛି ।

ତେବେ ବିଲ୍ଡିରେ କରୋନାର ଅନେକ ମାମଲା ସାମ୍ନାକୁ ଆସିବାକୁ ଏଭଳି ପଦକ୍ଷେପ ନେଇଛି ବିଏମସି । ନିୟମ ମୁତାବକ, କୌଣସି ବିଲ୍ଡିଂରେ ୫ କରୋନା କେସ ମିଳିବା ମାତ୍ରେ ତାକୁ ସିଲ୍ କରାଯିବ । ସୁନୀଲ ଯେଉଁ ଆପାର୍ଟମେଣ୍ଟରେ ରହୁଛନ୍ତି, ସେଠାରେ ୩୦ଟି ଫ୍ଲୋର ରହିଛି । ଏଥିରେ ୧୨୦ ଫ୍ଲାଟ ଥିବା ବେଳେ ଏଥିରେ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛି ।

ବିଏମସିରୁ ମିଳିଥିବା ଖବର ମୁତାବକ, ସୁନୀଲ ସେଟ୍ଟୀ ଓ ତାଙ୍କ ପୂରା ପରିବାର ଏବେ ସୁରକ୍ଷିତ ଅଛନ୍ତି । ଏନେଇ ବିଏମସି ଆସିଷ୍ଟାଣ୍ଟ କମିଶନର ସୂଚନା ଦେଇଛନ୍ତି । ଅନ୍ୟପଟେ ସୁନୀଲ ସେଟ୍ଟୀ ଓ ତାଙ୍କ ପରିବାର ଏବେ ମୁମ୍ବାଇ ବାହାରେ ଥିବା ଜଣାପଡିଛି ।

Get real time updates directly on you device, subscribe now.