fbpx

ଓଡ଼ିଶାରେ ଦିନକୁ ପ୍ରାୟ ୨ ଲକ୍ଷ ଲିଟର ମଦ ପି’ ଯାଉଛନ୍ତି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଇଜରେ ରହିଛି ୧୯୨୨ଟି ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନ । ଆଉ ମାସକୁ ବିକ୍ରି ହେଉଛି ୫୬ ଲକ୍ଷ ଲିଟରରୁ ଅଧିକ ମଦ । ପିଇ ଯାଉଛନ୍ତି ଲୋକ ହଜାର ହଜାର ଲିଟର ମଦ । ଏପରିକି ଦିନକୁ ପ୍ରାୟ ୯୦ ହଜାର ଲିଟର ମଦ ଲୋକେ ପି’ ଦେଉଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ରାଜ୍ୟରେ ମୋଟ ୧୯୨୨ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଥିବାବେଳେ କେବଳ ଠିପି ବନ୍ଦ ଏବଂ ଦେଶୀ ମଦ ଦୋକାନକୁ ମିଶାଇ ୧୨୯୬ଟି ଗତ ମଇ ପହିଲାରେ ଅନୁମତି ପାଇଛନ୍ତି । ଲଟେରି ମାଧ୍ୟମରେ ସେମାନେ ଦୋକାନ ଖୋଲିବାକୁ ସୁଯୋଗ ପାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଲଟେରି ପୂର୍ବରୁ ପୁରୁଣା ଲାଇସେନ୍ସ ପ୍ରାପ୍ତ ଦୋକାନୀ ମଦ ବିକ୍ରି ବନ୍ଦ କରିଦେଇଥିଲେ । ତେବେ ସମ୍ପ୍ରତି ସୂଚନା ମିଳିଛି ଯେ ଦୈନିକ ମଦ କାରବାର ଭଲ ହେଉଛି । ପ୍ରତି ମାସରେ ଗ୍ରାହକ ପିଉଛନ୍ତି ପ୍ରାୟ ୫୬ ଲକ୍ଷ ୧୬ ହଜାର ଲିଟର ମଦ । ଅର୍ଥାତ୍ ଦିନକୁ ୧ ଲକ୍ଷ ୮୭ ହଜାର ଲିଟର ମଦ ବିକ୍ରି ହେଉଛି ।

ଅନ୍ୟପକ୍ଷରେ ମଦରୁ ରାଜସ୍ୱ ପାଇ ସରକାର ସିନା ଖୁସି ଅଛନ୍ତି କିନ୍ତୁ ଅନେକ ପରିବାର ଏଥିରେ ଉଜୁଡ଼ି ଗଲାଣି । ଅନେକ ବ୍ୟକ୍ତି ଓ ସଂଗଠନ କ୍ରମାଗତ ଭାବେ ରାଜ୍ୟରୁ ମଦ ବନ୍ଦ ପାଇଁ ଦାବି କରିଆସୁଛନ୍ତି । ଏଥିସହ ରାଜରାସ୍ତାରେ ଆନ୍ଦୋଳନ ମଧ୍ୟ ଚାଲୁ ରହିଛି ।

Get real time updates directly on you device, subscribe now.