fbpx
BJD
BJD SKY
BJD SKY

ସାଧୁବେଶରେ ଆସି ଲୁଟିନେଲେ ୨ କୋଟି; ମୁଖ୍ୟମନ୍ତ୍ରୀଙ୍କ ଲିଙ୍କ

BJD

ଋଷିକେଶ: ଋଷିକେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସାଧୁବେଶରେ ଆସି ଜଣେ ଯୁବକ ୧.୭୫ କୋଟିର ଗହଣା ଲୁଟି ନେଇଛନ୍ତି । ଜଣେ ଗହଣା ବ୍ୟବସାୟୀଙ୍କ ସ୍ତ୍ରୀକୁ ଫଶାଇ ୧.୭୫ କୋଟି ଟଙ୍କାର ସୁନାଗହଣା ଲୁଟ କରିଥିବା ବେଳେ ସୋମବାର ପୋଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ମହେନ୍ଦ୍ର ରୋଡେ ଆଲିଆସ ଯୋଗୀ ପ୍ରିୟବ୍ରତ ଅନିମେଶ ନାମକ ଏହି ବ୍ୟକ୍ତି ଜଣକ ନେଚର ଭିଲ୍ଳାର କଟେଜ ନଂ ୨୧ରେ ରହୁଥିଲେ । ଏହି ଠକକୁ ଗିରଫ କରିବା ସହିତ ତା ନିକଟର ପୋଲିସ ୧୦ ଲକ୍ଷ ଟଙ୍କା ଜବତ କରିଥିବା ବେଳେ ବଳକା ଅର୍ଥ ବାହାର କରିବା ପାଇଁ ତଦନ୍ତ ଜାଗରି ରହିଛି । ଉଲ୍ଲେଖଯୋଗ୍ୟ ଯେ, ଗିରଫ ହୋଇଥିବା ଏହି ଠକର ବର୍ତ୍ତମାନର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହିତ ସମ୍ପର୍କ ରହିଛି । ଏକ ମାସ ତଳେ ଏହି ବ୍ୟକ୍ତି ଜଣକ ମାନସ ମୋତି ପୁସ୍ତକ ଲେଖିଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଧାମି ଏହି ପୁସ୍ତକ ଉନ୍ମୋଚନ କରିଥିଲେ । ହରିୟାଣାର ଏହି ବ୍ୟକ୍ତି ଜଣଙ୍କ ପୂର୍ବରୁ ୨-୩ ଥର ଜେଲ ମଧ୍ୟ ଯାଇଥିବା ବେଳେ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ୍ ।

Get real time updates directly on you device, subscribe now.