fbpx

ସୌର ଜଗତ ବାହାରେ ରହିଛି ଗ୍ରହ: ଜେମ୍ସ ୱେବ ପଠାଇଲା ଫଟୋ

ନୂଆଦିଲ୍ଳୀ: ସୌର ଜଗତ ବାହାରେ ଠାବ ହେଲା ଗ୍ରହ । ନାସାର ଜେମ୍ସ ୱେବ ଟେଲିସ୍କୋପ ସାହଯ୍ୟରେ ବୈଜ୍ଞାନିକମାନେ ସୌର ଜଗତ ବାହାରେ କୌଣସି ଗ୍ରହର ସ୍ପଷ୍ଟ ଫଟୋ ଉଠାଇଛି ।

ଏହି ଗ୍ରହକୁ “ଏଚଆଇପି ୬୫୪୨୬’ ନାମ ଦିଆଯାଇଛି । ଏହି ଗ୍ରହ ସଂପୂର୍ଣ୍ଣ ଭାବରେ ଗ୍ୟାସରେ ଭରି ରହିଛି, ଏଥିରେ କୌଣସି ପଥର ଭୂମି ନାହିଁ ଏବଂ ଏଠାରେ ରହିବା ଯୋଗ୍ୟ ନୁହେଁ । ଏହି ଗ୍ରହ ବୃହସ୍ପତିର ଓଜନ ଠାରୁ ପ୍ରାୟ ୧୨ ଗୁଣ ଅଧିକ ଅଟେ । ଏବଂ ଏହା ପୃଥିବୀଠାରୁ ୧୫ ରୁ ୨୦ ମିଲିୟନ ବର୍ଷ ପୁରୁଣା ।

ବ୍ରିଟେନର ଏକ୍ସଟର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନର ଆସୋସିଏଟ୍ ପ୍ରଫେସର ଶାଶା ହିଙ୍କଲି କହିଛନ୍ତି ଯେ ଏହା କେବଳ ଜେମ୍ସ ୱେବ୍ ପାଇଁ ନୁହେଁ ବରଂ ଜ୍ୟୋତିର୍ବିଜ୍ଞାନ ପାଇଁ ମଧ୍ୟ ଏକ ଅଦ୍ଭୁତ ମୁହୂର୍ତ୍ତ।

ଚାରୋଟି ଭିନ୍ନ ଫିଲ୍ଟର ମାଧ୍ୟମରେ ଦେଖାଯାଇଥିବା ଚିତ୍ର ଦର୍ଶାଉଛି ଯେ ଜେମ୍ସ ୱେବର ଶକ୍ତିଶାଳୀ ଇନଫ୍ରାଡ୍ ନଜର କିପରି ଆମ ସୌର ଜଗତଠାରୁ ବାହାରର ଜଗତକୁ ଦେଖାଇବାରେ ସକ୍ଷମ, ଏହା ଭବିଷ୍ୟତରେ ପର୍ଯ୍ୟବେକ୍ଷଣର ମାର୍ଗ ଦର୍ଶାଇବ ଏବଂ ପୂର୍ବ ଅପେକ୍ଷା ଅଧିକ ସୂଚନା ପ୍ରଦାନ କରିବ ବୋଲି ସ୍ପେସ୍ ଏଜେନ୍ସି ଏକ ବିବୃତ୍ତିରେ କହିଛି ।

 

Get real time updates directly on you device, subscribe now.