fbpx

ନାସକମ୍ ଅଧ୍ୟକ୍ଷ ଦେଲେ ସଂକେତ, AI ଦ୍ୱାରା ଏହି ସେକ୍ଟରରେ ଯିବ ସବୁଠାରୁ ଅଧିକ ଚାକିରୀ

ନୂଆଦିଲ୍ଲୀ: ନୂଆ ଟେକ୍ନୋଲଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)କୁ ନେଇ ଏବେ ପ୍ରାୟ ସମୟରେ ଚର୍ଚ୍ଚା ହେଉଛି । ଏହାର ଲାଭ ଓ କ୍ଷତିକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି । ଏହାରି ମଧ୍ୟରେ ନାସକମ୍‌ର ଅଧ୍ୟକ୍ଷ ରାଜେଶ ନାମ୍ବିଆର ରବିବାର କହିଛନ୍ତି ଏଆଇ କାରଣରୁ ବିଜନେସ୍ ପ୍ରୋସେସ୍ ଆଉଟସୋର୍ସିଂ(ବିପିଓ) ପରି କ୍ଷେତ୍ରର କର୍ମଚାରୀମାନେ ପ୍ରଭାବିତ ହେବାର ଅଧିକ ଆଶଙ୍କା ରହିଛି । ଏହାସହିତ ସେ କହିଛନ୍ତି ଭାରତୀୟ ଟେକ୍ନୋଲଜି ସେକ୍ଟରର ମୁଖ୍ୟ ଆଧାର ସଫ୍ଟୱେୟାର ସେବା ଉଦ୍ୟୋଗ ଓ ଏହାର କର୍ମଚାରୀଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

ପୁନେରେ ଆୟୋଜିତ ଏକ ସମ୍ମିଳନୀରେ ସେ କହିଛନ୍ତି ଯେଉଁମାନେ ବିପିଓ ସେକ୍ଟରରେ କାମ କରୁଛନ୍ତି ସେମାନଙ୍କୁ ବହୁତ ଶୀଘ୍ର ଏଆଇ ଇଂଜିନ ଦ୍ୱାରା ରିପ୍ଲେସମେଣ୍ଟ କରାଯାଇପାରେ । ଏଠାରେ ସୂଚାଇ ଦିଆଯାଇପାରେ କି ନାମ୍ବିଆର ଗ୍ଲୋବାଲ ଟେକ୍ନୋଲଜି କମ୍ପାନୀ କଗନିଜାଣ୍ଟର ଭାରତୀୟ ଶାଖାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଅଛନ୍ତି ।
ବିିଭିନ୍ନ କ୍ଷେତ୍ରରେ ଚାକିରୀ ଉପରେ ଏଆଇର ପ୍ରଭାବକୁ ନେଇ ଚିନ୍ତା ବଢିଯାଇଛି । ବିଶେଷକରି ୨୫୦ ଅରବ ଡଲାରରୁ ଅଧିକ ଭାରତୀୟ ଟେକ୍ନୋଲଜି କ୍ଷେତ୍ର ପାଇଁ ବିଶେଷ ଚିନ୍ତା ବଢିଯାଇଛି ଯାହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ । ନାମ୍ବିଆର ସଫ୍ଟୱେୟାର ସେବା ଉଦ୍ୟୋଗ ମାମଲାରେ କହିଛନ୍ତି ଯେଉଁ

ପ୍ରଫେସନାଲମାନେ ନିଜ କାମ ଜରିଆରେ ଏଆଇର ଉପଯୋଗ କରିବେ ନାହିଁ ସେମାନଙ୍କ ସ୍ଥାନରେ ଏଆଇ ଉପଯୋଗ କରୁଥିବା ପ୍ରଫେସନାଲମାନଙ୍କୁ ରିପ୍ଲେସ୍ କରାଯିବ । ନାମ୍ବିଆର କହିଛନ୍ତି ଉଚ୍ଚବେତନ ଓ ଅଧିକ କୌଶଳବାଲା ଚାକିରୀ ଏଆଇ ଦ୍ୱାରା ବେଶୀ ପ୍ରଭାବିତ ହେବ । ଏଆଇର ପ୍ରଭାବ ବିଦ୍ୟୁତ୍ କିମ୍ବା ଏସି ଠିକ୍ କରୁଥିବା କର୍ମଚାରୀଙ୍କ ଉପରେ ପଡିବ ନାହିଁ । କିନ୍ତୁ ସେୟାର ବଜାର ବିଶ୍ଲେଷକ ଓ ଏହା ଉପରେ ତଥ୍ୟ ରଖୁଥିବା ଲୋକଙ୍କ ଉପରେ ଅଧିକ ପଡିବ । ନାମ୍ବିଆର କହିଛନ୍ତି ଏହାର ଜରୁରୀକାଳୀନ ପ୍ରଭାବ ଆମକୁ ନକରାତ୍ମକ ମନେ ହେଲେ ବି ଏହାର ଦୀର୍ଘକାଳୀନ ପ୍ରଭାବ ଆମର କଳ୍ପନାରୁ ବହୁ ଗୁଣରେ ଅଧିକ ରହିବ ।

Get real time updates directly on you device, subscribe now.