fbpx
BJD
BJD SKY
BJD SKY

ଆଜିଠାରୁ ୭ ତାରିଖ ପର୍ଯ୍ୟନ୍ତ ଦେଶରେ ପାଳନ କରାଯାଉଛି ରାଷ୍ଟ୍ରୀୟ ପୋଷଣ ସପ୍ତାହ

BJD

ନୂଆଦିଲ୍ଲୀ: ଆଜିଠାରୁ ରାଷ୍ଟ୍ରୀୟ ପୋଷଣ ସପ୍ତାହ ପାଳନ କରାଯାଉଛି । ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପୋଷଣ ସପ୍ତାହ ପାଳନ କରାଯାଇଥାଏ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତରୁ କୁପୋଷଣ ଏବଂ ଏଥିଜନିତ ହେଉଥିବା ରୋଗକୁ ଦୂର କରିବା ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଚଳିତବର୍ଷ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରାଯାଉଛି । ମିଶନ ପୋଷଣ ଟୁ ପଏଣ୍ଟ ଜିରୋର ମୂଳଦୁଆ ଜୀବନ ଚକ୍ର ପଦ୍ଧତି ମାଧ୍ୟମରେ ପୁଷ୍ଟିହୀନତାକୁ ବ୍ୟାପକ ଭାବେ ମୁକାବିଲା କରିବା ପାଇଁ ଚଳିତବର୍ଷ ଲକ୍ଷ୍ୟ ରଖାଯାଇଛି ।

ଏହି ପଦ୍ଧତିରେ ପୋଷଣ ମାସ ୨୦୨୩ର କେନ୍ଦ୍ରବିନ୍ଦୁ ହେଉଛି ‘ଗୁରୁତ୍ୱପୂର୍ଣ୍ଣ ମାନବ ଜୀବନ ପର୍ଯ୍ୟାୟ, ଗର୍ଭାବସ୍ଥା, ବାଲ୍ୟକାଳ ଏବଂ କିଶୋର ଅବସ୍ଥା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ।’ ସୁପୋଷିତ ଭାରତ, ସାକ୍ଷର ଭାରତ, ସଶକ୍ତ ଭାରତ ଶୀର୍ଷକ ବିଷୟବସ୍ତୁ ମାଧ୍ୟମରେ ସମଗ୍ର ଭାରତରେ ପୁଷ୍ଟିକର ବୁଝାମଣାକୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ ରହିଛି ।

Get real time updates directly on you device, subscribe now.