fbpx

ରିଲେସନସିପରେ ନୂଆ ନୂଆ ପଡିଛନ୍ତି କି ? ଏହି ଭୁଲ କଲେ ଭାଙ୍ଗିପାରେ ସମ୍ପର୍କ

ନୂଆ କରି ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ସମସ୍ତଙ୍କ ମନରେ ଭୟ ଥାଏ। କାରଣ ଏହି ସମ୍ପର୍କ ସର୍ବଦା ସୂକ୍ଷ୍ମ ହୋଇଥାଏ। ଉକ୍ତ ସମ୍ପର୍କକୁ ସୁଦୃଢ଼ କରିବାରେ ଅଧିକ ସମୟ ଲାଗିଥାଏ। ଏହି ସମୟରେ ଆପଣଙ୍କ ଛୋଟ ଛୋଟ କଥା ମଧ୍ୟ ବନ୍ଧୁଙ୍କ ସହ ସମ୍ପର୍କ ଛିନ୍ନ କରିଦେଇଥାଏ। ଏଣୁ ସମ୍ପର୍କ ଅତୁଟ ରଖିବା ପାଇଁ ଜାଣନ୍ତୁ ସେ ସମ୍ପର୍କରେ…
– ନୂଆ ଗଢ଼ି ଉଠିଥିବା ସମ୍ପର୍କରେ ଶୀଘ୍ର ପାର୍ଟନରଙ୍କୁ ଭେଟିବା ଲାଗି ଭୁଲ୍‌ କରନ୍ତୁ ନାହିଁ। ଅନ୍ତତଃ ସପ୍ତାହରେ ଥରେ ଦୁହିଙ୍କ ସୁବିଧା ଅନୁସାରେ ଭେଟ କରନ୍ତୁ। ଏସବୁରେ ତରତର ହେବା ଉଚିତ ନୁହେଁ।

– ଅନେକ ସମୟରେ ପାର୍ଟନରଙ୍କଠାରୁ ଦୂରତା ରକ୍ଷା କରିବା ଉଚିତ। ଏପରି କରିବା ଫଳରେ ସମ୍ପର୍କ ଦୃଢ଼ ହୋଇଥାଏ।

– ଏହି ସମୟରେ ଭାବପ୍ରବଣପୂର୍ଣ୍ଣ ମେସେଜ ପରିବର୍ତ୍ତେ ସାଧାରଣ ମେସେଜ କରିବା ଭଲ।

– କଥାବାର୍ତ୍ତାରେ ଦୁହେଁ ଦୁହିଁଙ୍କ ଅନ୍ତରଙ୍ଗ ହେବା ଉଚିତ ହୋଇ ନ ଥାଏ। ଏହି ସମୟରେ ପରସ୍ପର ଭଲମନ୍ଦ, ପ୍ରିୟ ଗୀତ, ଚଳଚ୍ଚିତ୍ର ଓ ବହି ବିଷୟରେ କଥାହୋଇ ଦୁହେଁ ଦୁହିଁଙ୍କୁ ଜାଣନ୍ତୁ।

– ଏତେଶୀଘ୍ର ନିଜ ବନ୍ଧୁମାନଙ୍କ ସହ ପାର୍ଟନରଙ୍କୁ ମିଶାଇବା ଉଚିତ ହୋଇ ନ ଥାଏ। ତେଣୁ ଏହିସବୁ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ।

Get real time updates directly on you device, subscribe now.