fbpx

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ରଚିଲା ବିଶ୍ୱ ରେକର୍ଡ; ଗୋଟିଏ ଦିନରେ ସର୍ବାଧିକ ୧୯.୭୧ ଅରବ ଅର୍ଡର

Advertisement

ମୁମ୍ବାଇ : ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ବୁଧବାର ବିଶ୍ୱ ରେକର୍ଡ କରିଛି । ସକାଳ ୯ଟା ୧୫ରୁ ଆରମ୍ଭ ହୋଇଥିବା ଏହି କାରବାରରେ ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ମୋଟ ୧୯.୭୧ ଅରବ ଅର୍ଡର ମିଳିଥିଲା । ଏହା ସହ ଏନଏସଇ ଗୋଟିଏ ଦିନରେ ସର୍ବାଧିକ ଅର୍ଡର କରିବାର ମାଇଲଖୁଣ୍ଟ ହାସଲ କରିଛି । ସେହିପରି ଦିନର କାରବାରରେ ୨୮.୦୫ କୋଟି କାରବାର ମଧ୍ୟ ହୋଇଛି ।

ଏନଏସଇସିଇସିଇଓ ଆଶିଷ ଚୌହାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଉପଲବ୍ଧି ବିଷୟରେ ସୂଚନା ଦେଇଛନ୍ତି । ସୂଚନାରେ କହିଛନ୍ତି ଯେ ଜୁନ୍ ୫ ରେ କାରବାରର ଗୋଟିଏ ଦିନରେ ଆମେ ୧୯.୭୧ ଅରବ ଅର୍ଡର ପରିଚାଳନା କରିଥିଲୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ ଆଶା ଥିବାରୁ ବୁଧବାର ଷ୍ଟକ ବଜାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଥିଲା। ବୁଧବାର କାରବାର ଶେଷ ସୁଦ୍ଧା ବିଏସ୍ଇ ସେନ୍ସେକ୍ସ ୨୩୦୩ ପଏଣ୍ଟ ବୃଦ୍ଧି ସହ ୭୪,୩୮୨ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ଏନଏସଇ ନିଫ୍ଟି ମଧ୍ୟ ୭୩୫ ପଏଣ୍ଟ ବୃଦ୍ଧି ସହ ୨୨,୬୨୦ ପଏଣ୍ଟରେ ବନ୍ଦ ହୋଇଛି।

ମଙ୍ଗଳବାର ଭାରତୀୟ ଷ୍ଟକ ବଜାରର ବଜାର କ୍ୟାପ ୩୧ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ବୁଧବାର ସେୟାର ବଜାରରେ ଜୋରଦାର ବୃଦ୍ଧି ଯୋଗୁଁ ବଜାର କ୍ୟାପ୍ ରେ ବଡ଼ ଧରଣର ବୃଦ୍ଧି ଘଟିଛି। ବିଏସଇରେ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ବଜାର ପୁଞ୍ଜି ପୁଣି ୪୦୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରି ୪୦୭.୫୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆଜିର ଅଧିବେଶନରେ ନିବେଶକଙ୍କ ସମ୍ପତ୍ତିରେ ୧୨.୭୫ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି।

 

Get real time updates directly on you device, subscribe now.