fbpx

ଆଜି ଜାତୀୟ ପର୍ଯ୍ୟଟନ ଦିବସ, ଜାଣନ୍ତୁ ଏହାର ଇତିହାସ

AAKASH

୨୫ ଜାନୁଆରୀରେ ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି । ଆମ ଦେଶରେ ପରିଦର୍ଶନ କରିବାକୁ ଅନେକ ସ୍ଥାନ ରହିଛି । ଯେଉଁଠାରେ ଆମେ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଯାଇ ସମୟ ବିତାଇ ପାରିବା ଏବଂ ସେଠାରେ ଥିବା ଦୃଶ୍ୟକୁ ଉପଭୋଗ କରିପାରିବା ।

ଅନେକ ଲୋକ ଭ୍ରମଣ କରିବାକୁ ବହୁତ ପସନ୍ଦ କରନ୍ତି । ସେହି ଲୋକମାନେ ସୁଯୋଗକୁ ଅପେକ୍ଷା କରନ୍ତି ଯଥା ଅଫିସ୍ ଛାଡି ସେମାନେ କୌଣସି ସ୍ଥାନକୁ ବୁଲିବାକୁ ଯୋଜନା କରନ୍ତି । ଲୋକମାନେ ଋତୁ ଅନୁଯାୟୀ ବୁଲିବାର ଯୋଜନା ପ୍ରସ୍ତୁତ କରନ୍ତି । ଏଭଳି ପରିସ୍ଥିତିରେ ପର୍ଯ୍ୟଟନ କ୍ଷେତ୍ରରେ ରହୁଥିବା ଅନେକ ଲୋକଙ୍କ ରୋଜଗାର ସେମାନଙ୍କ ଉପରେ ନିର୍ଭର କରେ ।

ତେଣୁ ପର୍ଯ୍ୟଟନର ଗୁରୁତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୫ ଜାନୁଆରୀରେ ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରାଯାଏ । ଭାରତର ପ୍ରାୟ ପ୍ରତ୍ୟେକ ରାଜ୍ୟରେ ବୁଲିବା ପାଇଁ କିଛି ନା କିଛି ସ୍ଥା ବହୁତ ପ୍ରସିଦ୍ଧ । କିନ୍ତୁ ସବୁଠାରୁ ଅଧିକ ଜାମ୍ମୁ-କାଶ୍ମୀର, ହିମାଚଳ, ପ୍ରୟାଗରାଜ, ବନାରସ, ଅମୃତସର, ଦିଲ୍ଲୀ, ଗୁଜୁରାଟ, ଗୋଆ, ଜୟପୁର, ନୌନିତାଲ, ଓଡିଶା, ବାରାଣାସୀ ଏବଂ ମହାରାଷ୍ଟ୍ର ପର୍ଯ୍ୟଟନ ସ୍ଥଳୀରେ ଗଣାଯାଏ ।

ଜାତୀୟ ପର୍ଯ୍ୟଟନ ଦିବସର ଇତିହାସ :-

୧୯୪୮ ମସିହାରେ ଭାରତ ସରକାର ପ୍ରଥମ ଥର ପାଇଁ ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରିଥିଲେ । ଏଥିପାଇଁ ପର୍ଯ୍ୟଟନ ଟ୍ରାଫିକ କମିଟି ଗଠନ କରାଯାଇଥିଲା । ତିନି ବର୍ଷ ପରେ ୧୯୫୧ ମସିହାରେ, କୋଲକାତା ଏବଂ ଚେନ୍ନାଇରେ ପର୍ଯ୍ୟଟନ ଦିବସର ଆଞ୍ଚଳିକ କାର୍ଯ୍ୟାଳୟ ଆରମ୍ଭ ହେଲା । ପରେ ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ପର୍ଯ୍ୟଟନ କାର୍ଯ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । ୧୯୯୮ ମସିହାରେ ପର୍ଯ୍ୟଟନ ଏବଂ ଯୋଗାଯୋଗ ମନ୍ତ୍ରୀଙ୍କ ନେତୃତ୍ୱରେ ପର୍ଯ୍ୟଟନ ବିଭାଗ ପ୍ରତିଷ୍ଠା କରାଯାଇଥିଲା ।

ଥିମ୍ ଏବଂ ଉଦ୍ଦେଶ୍ୟ :-

ଜାତୀୟ ପର୍ଯ୍ୟଟନ ପ୍ରତିବର୍ଷ ଏକ ଭିନ୍ନ ଥିମ୍ ସହିତ ପାଳନ କରାଯାଏ । ଏହି ବର୍ଷ ଏହାର ଥିମ୍ “ଷ୍ଟେବଲ ଜର୍ନୀ, ଟାଇମଲେସ୍ ମେମୋରୀ” ରଖାଯାଇଛି । ଏହାକୁ ସୃଷ୍ଟି କରିବାର ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟନର ମହତ୍ତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଜାତୀୟ ତଥା ବିଶ୍ୱ ସ୍ତରରେ ଅର୍ଥନୈତିକ ବିକାଶ ତଥା ସେଠାରେ ରହୁଥିବା ଲୋକଙ୍କୁ ରୋଜଗାର ଯୋଗାଇବା ।

Get real time updates directly on you device, subscribe now.