fbpx
BSKY
BJD YOUTH SKY
BJD MS SKY

ପ୍ରକାଶ ପାଇଲା ବିଜ୍ଞପ୍ତି: ୧୦୨୮୫ଟି ହୋମ ଗାର୍ଡ ପଦରେ ଦିଆଯିବ ନିଯୁକ୍ତି, ଆରମ୍ଭ ହେଲା ଅନଲାଇନ୍ ଆବେଦନ

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ୧୦,୨୮୫ଟି ହୋମ ଗାର୍ଡ ପଦରେ ନିଯୁକ୍ତି ଦିଆଯିବ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦ୍ୱାଦଶ ପାସ୍ କରିଥିବା ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ । ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇବା ପାଇଁ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଅଫିସିଆଲ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଦିଲ୍ଲୀ ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ହୋମ୍ ଗାର୍ଡ (ଡିଜିଏଚଜି) ପକ୍ଷରୁ ଏହି ନିଯୁକ୍ତି ସୁଯୋଗ ଆସିଥିବା ବେଳେ ଏନେଇ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଜାନୁଆରୀ ମାସ ୨୪ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ୧୩ ତାରିଖରେ ସମାପ୍ତ ହେବ । ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍ ରହିଛି । ଏକ୍ସ-ସର୍ଭିସମେନ / ଏକ୍ସ-ସିଆରପିଏଫ କର୍ମଚାରୀଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ରହିଛି ।

ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ବର୍ଷ ଓ ସର୍ବାଧିକ ବୟସ ସୀମା ୪୫ ବର୍ଷ ରହିଛି । ପୂର୍ବତନ ସର୍ଭିସମ୍ୟାନ, ପୂର୍ବତନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଏପିଏଫ) କର୍ମଚାରୀଙ୍କ କ୍ଷେତ୍ରରେ ବୟସ ୫୪ ବର୍ଷ ରହିଛି । ପୁରୁଷ ପ୍ରାର୍ଥୀଙ୍କର ସର୍ବନିମ୍ନ ଉଚ୍ଚତା ୧୬୫ ସେଣ୍ଟିମିଟର ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୧୫୨ ସେଣ୍ଟିମିଟର ରହିଛି । ଅନଲାଇନ୍ ଆବେଦନ ସମୟରେ ପ୍ରାର୍ଥୀଙ୍କୁ ୱେବସାଇଟରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡ଼ିବ । ତେଣୁ ଆବେଦନ କରିବା ପୂର୍ବରୁ ସମସ୍ତ ତଥ୍ୟକୁ ଭଲ ଭାବେ ପଢ଼ିନିଅନ୍ତୁ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: ttps://dghgenrollment.in/

Get real time updates directly on you device, subscribe now.