fbpx

PM-CM ଆଲୋଚନାରେ ୩ଟି ପ୍ରସ୍ତାବ ରଖିଲେ ନବୀନ

ଭୁବନେଶ୍ୱର, ୧୭/୬(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆଜି ଓଡିଶା ସମେତ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ସେହି ଆଲୋଚନାରେ ୩ଟି ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ଯୁକ୍ତ ୨ ପରୀକ୍ଷା ସରିବା ପରେ ହିଁ ଜାତୀୟ ସ୍ତରର ପରୀକ୍ଷା ହେଉ । NEET‌, JEE ମେନ୍‌ ଓ CLAT ଭଳି ପରୀକ୍ଷା ପରେ କରିବାକୁ ପ୍ରସ୍ତାବ ରଖାଯାଇଛି ।ଉପସାଗରୀୟ ଦେଶରେ ଫସିଥିବା ଓଡ଼ିଆଙ୍କୁ ଆଣିବାକୁ କହିଛନ୍ତି ନବୀନ।

ସେହିପରି କମ ଦରମା ପାଉଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ  ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ବିମାନ ଓ ଟ୍ରେନ୍‌ ସେବା କଟକଣା ଜାରି ରଖିବାକୁ କହିଛନ୍ତି ନବୀନ । ଜୁନ୍‌ ମାସ ଓଡ଼ିଶା ପାଇଁ ନିର୍ଣ୍ଣାୟକ ହେବ ବୋଲି ସେ କହିଛନ୍ତି । ମୌସୁମୀ ବର୍ଷା ଓ ଅଧିକ ସଂଖ୍ୟାରେ ପ୍ରବାସୀ ଓଡିଶା ଆସିଥିବାରୁ ନିର୍ଣ୍ଣାୟକ ହେବ।

Get real time updates directly on you device, subscribe now.