fbpx
BJD SKY
BJD SKY

ଚର୍ଚ୍ଚାରେ ନବୀନ ଓ ଶାହାଙ୍କ ୩୦ ମିନିଟର ଗୋପନ ଆଲୋଚନା

BJD

ଓଡିଶା ଭାସ୍କର: ଗତକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୂଚନା ଅନୁଯାଇ ,ଏହା ଶାହାଙ୍କ ସରକାରୀ କାର‌୍ୟ୍ୟକ୍ରମ ପାଇଁ ଗସ୍ତ ରହିଥିଲା । କିନ୍ତୁ ଶାହାଙ୍କ ଅଚାନକ ଏହି ଗସ୍ତ ହଠାତ ଓଡିଶା ରାଜନୀତିର ପାଣିପାଗକୁ ଖୁବ ଉଷ୍ମ କରିଥିଲା । ଗୋଟେପଟେ ଏହି ଉଷ୍ମତା କମି ନ ଥିବା ବେଳେ ସତେ ଯେମିତି ଉଷ୍ମତା ଆଜି ଦୁଇ ଗୁଣା ହୋଇଯାଇଛି । ଗୋଟିଏ ମଞ୍ଚରେ ନବୀନ ଓ ଶାହାଙ୍କ ଭେଟଘାଟ ଓ ୩୦ ମିନିଟର ରୁଦ୍ଧଦ୍ୱାର ବୈଠକରେ ଉଭୟେ ନେତାଙ୍କ ମଧ୍ୟରେ ୱାନ-ଟୁ-ୱାନ୍ ଆଲୋଚନା ହୋଇଛି ।

ତେବେ ଏହି ୩୦ ମିନିଟର ଗୋପନ ଆଲୋଚନାରେ କେଉଁ ବିଷୟରେ କଥା ହେଲେ ନବୀନ ଓ ଶାହା? ଜାତୀୟ ସ୍ତରରେ ବଦଳୁଥିବା ରାଜନୀତିକୁ ନେଇ ହେଲା କି ଆଲୋଚନା ? ନା ଆଗୁଆ ନିର୍ବାଚନ ସଂକ୍ରାନ୍ତରେ ଉଭୟେଙ୍କ ଭିତରେ ବୁଝାବଣା ହେଲା? ଉଭୟେଙ୍କ କଥାବାର୍ତ୍ତାକୁ ନେଇ ସମସ୍ତଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ଉଠିଛି ।

ସେପଟେ କେନ୍ଦ୍ର ଓ ରାଜ୍ୟର ସମ୍ପର୍କ-ସମର୍ଥନକୁ ନେଇ ଓଡିଶା ଉଠୁଥିବା ପଡୁଥିବା ବେଳେ ନବୀନ ଓ ଶାହାଙ୍କ ରୁଦ୍ଧଦ୍ୱାର ବୈଠକ ଆହୁରି ଦ୍ୱନ୍ଦ୍ୱ ବଢ଼ାଇ ଦେଇଛି । ଓଡିଶା ମ୍ୟାପରେ ଉଭୟେ ବିଜେପି ଓ ବିଜେଡି ହେଉଛନ୍ତି ପରସ୍ପର ପ୍ରତିଦ୍ବନ୍ଦୀ । ଜଣେ ନମ୍ବର-ୱାନ ଦଳ ହୋଇଥିବା ବେଳେ ଆଉ ଜଣେ ହେଉଛି ନମ୍ବର-ଟୁ । ଆଲୋଚନାରେ ଜଣେ ଦଳର ସୁପ୍ରିମୋ ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ଦଳର ଥାର୍ଡ଼ ଫ୍ଲୋର ନେତା । ନିକଟରେ ଆଗକୁ ମଧ୍ୟ ୨୦୨୪ ଭଳି ଗୁରୁତ୍ୱପୂର୍ଣ୍ଣ ସାଧାରଣ ନିର୍ବାଚନ ରହିଛି । ଉଭୟେ ଦଳ ସରକାର ଗଢିବା ପାଇଁ ରଣନୀତି ମଧ୍ୟ ଏକ ପ୍ରକାରର ପ୍ରସ୍ତୁତ କରି ସାରିଲେଣି । କିନ୍ତୁ ଏଥର କାହାର କିଭଳି ରଣନୀତି ରହୁଛି ତାହା ସମସ୍ତଙ୍କୁ ବଡ଼ ତାଜୁବ୍ କରିଛି ।

ପ୍ରଥମେ ନବୀନଙ୍କ ସହ ଗୋପନରେ ଶାହାଙ୍କ ଆଲୋଚନା ଆଉ ପରେ ପାର୍ଟି ଅଫିସରେ ଦଳୀୟ ନେତା ଓ କର୍ମକର୍ତାଙ୍କୁ ଗୁରୁମନ୍ତ୍ର ଦେବାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ସୃଷ୍ଟି କରିଛି । ଏହା ଭିତରେ ଶାହାଙ୍କ ଓଡିଶା ଗସ୍ତ ଓ ନବୀନଙ୍କ ସହ ଆଲୋଚନା ଉଭୟ ଦଳ ପାଇଁ କେଉଁ ନିର୍ଣ୍ଣାୟକ ନେଉଛି ତାହା କେବଳ ଦେଖିବାକୁ ବାକି ରହୁଛି ।

Get real time updates directly on you device, subscribe now.