fbpx

IPL 2024; RCBକୁ କମବ୍ୟାକ କରିବେ ମିଷ୍ଟର ୩୬୦! ପୁଣି ଧମାକା କରିବେ ବିରାଟ-ଏବିଡି ଯୋଡ଼ି

ନୂଆଦିଲ୍ଲୀ: ଆଇପିଏଲ ଟିମ୍ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର । ଆଇପିଏଲ-୨୦୨୪ରେ ପୁଣିଥରେ ଦଳକୁ କମବ୍ୟାକ କରିପାରନ୍ତି ପୂର୍ବତନ ଷ୍ଟାର ଖେଳାଳି ଏବି ଡିଭିଲିୟର୍ସ । ପୁଣିଥରେ ଆରସିବି ଜର୍ସିରେ ନଜର ଆସିପାରନ୍ତି ମିଷ୍ଟର ୩୬୦ । ତେବେ ଏକ ନୂଆ ଭୂମିକାରେ ବିରାଟଙ୍କୁ ସାଥ୍ ଦେବା ପାଇଁ ଏବିଡି କମବ୍ୟାକ କରିବେ ବୋଲି କୁହାଯାଉଛି । ଡିଭିଲିୟର୍ସଙ୍କୁ ପୁଣିଥରେ ଆରସିବି ଜର୍ସିରେ ଦେଖିବା ପାଇଁ ପ୍ରଶଂସକମାନଙ୍କ ଉତ୍ସାହ ବଢିଯାଇଛି ।

ସୂଚନା ଅନୁସାରେ, ଗତକାଲି ବାଙ୍ଗାଲୋର ଦଳର କୋଚ୍ ସଞ୍ଜୟ ବାଙ୍ଗର ଏବଂ ମାଇକ ହସନ୍ ଦଳରୁ ବିଦାୟ ନେଇଛନ୍ତିା ତେବେ ତାଙ୍କ ସ୍ଥାନରେ ଆରସିବି ଏଣ୍ଡ୍ରି ଫ୍ଲାୱାରଙ୍କୁ ଦଳର ନୂଆ କୋଚ ଭାବରେ ଦାୟିତ୍ୱ ପ୍ରଦାନ କରିଛି । କିନ୍ତୁ ମାଇ ହସନଙ୍କ ପଦବୀ ଏପର୍ଯ୍ୟନ୍ତ ଫାଙ୍କା ରହିଛି । ତେଣୁ ଏହି ସ୍ଥାନରେ ଦଳର ପୂର୍ବତନ ଷ୍ଟାର ପ୍ଲେୟର ଏବି ଡିଭିଲିୟର୍ସଙ୍କୁ ନିଯୁକ୍ତି ଦିଆଯାଇପାରେ ବୋଲି ଆଲୋଚନା ଜୋର ଧରିଛି । ଦଳରେ ଜଣେ ପରାମର୍ଶଦାତା ଭାବରେ ଏବିଡି ଆରସିବିରେ ସାମିଲ ହୋଇପାରନ୍ତି । ଫାଫ୍ ଡୁ ପ୍ଲେସିଙ୍କ ନେତୃତ୍ୱରେ ବାଙ୍ଗାଲୋର ଦଳ ଗତ ସିଜନରେ କ୍ୱାଲିଫାଏ କରିବାରେ ବିଫଳ ହୋଇଥିଲା । ତେବେ ଏବିଡିଙ୍କ କମବ୍ୟାକରେ ଦକ୍ଷିଣ ଆଫ୍ରିକାର ଦୁଇ ସୁପରଷ୍ଟାର ପୁଣିଥରେ ଏକାଠି ଦମ୍ ଦେଖାଇବେ ବୋଲି ଆଶା କରିଛନ୍ତି ପ୍ରଶଂସକ ।

ତେବେ ଡିଭିଲିୟର୍ସଙ୍କ କମବ୍ୟାକ ନେଇ ଆରସିବି ପକ୍ଷରୁ କିମ୍ବା ଏବିଡିଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । କିନ୍ତୁ ସେ ହିଁ ଦଳରେ ନୂଆ ଦାୟିତ୍ୱରେ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଦଳରେ ଏବିଡିଙ୍କ ପେରିବା ବାଟକୁ ଚାହିଁ ରହିଛନ୍ତି କୋଟି କୋଟି ପ୍ରଶଂସକ । ତେଣୁ ସେ ଆରସିବିକୁ ଫେରିଲେ, ପୁଣିଥରେ ପଡ଼ିଆରେ ବିରାଟ-ଏବିଡ ଯୋଡ଼ିକୁ ଦେଖିବା ପାଇଁ ସବୁ ପ୍ରଶଂସକ ଅପେକ୍ଷା କରି ରହିଛନ୍ତି ।

Get real time updates directly on you device, subscribe now.