fbpx
BJD
BJD SKY
BJD SKY

ଦିଲ୍ଲୀ-ଏନସିଆର ଅଞ୍ଚଳରେ ୫.୮ ତିବ୍ରତାର ଭୁମିକମ୍ପ ଅନୁଭୁତ

ନୁଆଦିଲ୍ଲୀ: ଶନିବାର ଦିଲ୍ଲୀ-ଏନସିଆର ଅଞ୍ଚଳରେ ବଡ଼ ଭୁମିକମ୍ପ ଅନୁଭୁତ ହୋଇଛି । ଭୁକମ୍ପର ତିବ୍ରତା ୫.୮ ଥିବା କୁହାଯାଉଛି । ୯ଟା ବାଜି ୩୪ ମିନିଟ୍‌ରେ ଏହି ଭୁମିକମ୍ପ ଅନୁଭୁତ ହୋଇଥିଲା । ସୂଚନା ମିଳିଛି ଯେ, ଏହି ଭୁମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ରହିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ପ୍ରଭାବରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ତେବେ ୫.୮ ତିବ୍ରତାର ଭୁମିକମ୍ପକୁ ମାଧ୍ୟମ ଧରଣର ଭୁମିକମ୍ପ ବୋଲି କୁହାଯାଏ । କିନ୍ତୁ ଭୂମିକମ୍ପର ଝଟକା ପରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା।

ସୂଚନା ମୁତାବକ ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶରେ ହୋଇଥିବାରୁ ଏହାର ପ୍ରଭାବ ପାକିସ୍ତାନ, ଆଫଗାନିସ୍ଥାନ ସମେତ ଉତ୍ତର ଭାରତର କିଛି ସ୍ଥାନରେ ମଧ୍ୟ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ନିର୍ଦେଶକ ଜୋଏଲ ଗୌତମ କହିଛନ୍ତି ଯେ, ଉତ୍ତର ଭାରତର ଅନେକ ଅଞ୍ଚଳରେ ବିଶେଷ କରି ଜମ୍ମୁ-କାଶ୍ମୀରଏବଂ ପଞ୍ଜାବର କିଛି ସ୍ଥାନରେ ଭୁକମ୍ପ ଝଟକା ଅନୁଭୁତ ହୋଇଥିଲା।

ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁଁ ଅନେକ ଲୋକ ଘରୁ ବାହାରି ଆସିଥିଲେ । ଆଫଗାନିସ୍ତାନ ସହିତ ପାକିସ୍ତାନର ଅନେକ ସହରର ଲୋକମାନେ ଭୂକମ୍ପରେ କମ୍ପିତ ହୋଇଥିଲେ। ଇସଲାମାବାଦ ଏବଂ ଲାହୋରରେ ମଧ୍ୟ ଭୂକମ୍ପର କମ୍ପନ ଲୋକମାନେ ଅନୁଭବ କରିଥିଲେ। ଏହାପୂର୍ବରୁ ଆଜି ରାତି ୮:୧୭ ରେ ଆଫଗାନିସ୍ତାନରେ ୩.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ବିଷୟରେ ସୂଚନା ରହିଛି।

Get real time updates directly on you device, subscribe now.