fbpx
BJD
BJD SKY
BJD SKY

(Video) ଧିରେ ଧିରେ ବୁଡ଼ିଲାଣି ଏବେ କୋଣାର୍କ ସୂର୍ଯ୍ୟ ମନ୍ଦିର: ହେବ କି ସୃଷ୍ଟିର ବିନାଶ?

ଆମେ ଯଦିଓ ଅତ୍ୟାଧୁନିକ ଦୁନିଆରେ ବଞ୍ଚିଛୁ କିନ୍ତୁ ତଥାପି ଆମେ ଆମର ପୂର୍ବପୁରୁଷ ମାନଙ୍କର କଥା ଏବଂ ଭବିଷ୍ୟବାଣୀକୁ କେବେ ଅମାନ୍ୟ କରିପାରିବା ନାହିଁ । ଯଦି ଆମର ପୁରାଣ ଶାସ୍ତ୍ର ଓ ବହୁ ଜ୍ଞାନୀ ଗୁଣି ବ୍ୟକ୍ତିଙ୍କର ଭବିଷ୍ୟ ବାଣୀକୁ ଦେଖିବେ ତେବେ ନିଶ୍ଚିତ ଭାବରେ ଆପଣ ଜାଣିପାରିବେ କି ସେମାନେ ତାଙ୍କର ଜ୍ଞାନ ଓ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଯାହା ବି ଭବିଷ୍ୟ ବାଣୀ ଦେଇଥିଲେ ତାହା ଧୀରେ ଧୀରେ ସମୟ ଚକ୍ରରେ ସତ ହେବାକୁ ଯାଉଛି ।

ବର୍ତ୍ତମାନ ଆମ ଓଡ଼ିଶାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଯାହା ବିଷୟରେ ଜାଣିବା ପରେ ଆପଣଙ୍କ ମନରେ ରେ ପ୍ରଶ୍ନ ଆସିବ କଣ ସତରେ ସୃଷ୍ଟିର ବିନାଶ ହେବାକୁ ଯାଉଛି । କଣ ଅଚ୍ୟୁତାନନ୍ଦଙ୍କ ମାଳିକାରେ ଲେଖା ଥିବା ସବୁ କଥା ସତ୍ୟ ହେବ? କଣ ଏତେ ଶୀଘ୍ର ଏହି ସଂସାର ଶେଷ ହୋଇଯିବ? ତେବେ ଏମିତି କିଛି ଘଟଣା ଏପରି ସଙ୍କେତ ଦେଉଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟରେ ଆଣ୍ଠୁଏ ପାଣି ରହିଛି । ସତେ ଯେପରି ମନ୍ଦିର ଭିତରେ ମୀନ ଖେଳୁଛି ।

ତେବେ ପ୍ରକୃତରେ ଲଘୁଚାପ ଜନିତ ବର୍ଷାରେ ସୂର୍ଯ୍ୟମନ୍ଦିର ପରିସରରେ ଆଣ୍ଠୁଏ ପାଣି । ବର୍ଷା ହେବା କାରଣରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ଏବଂ ମନ୍ଦିର ଭିତରେ ପାଣି ପଶି ରହିଛି । ମନ୍ଦିର ଚାରି ପାଖରେ ବର୍ଷା ପାଣି ଘେରି ହୋଇ ରହିଥିବା କାରଣରୁ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ପର୍ଯ୍ୟଟକ ମାନଙ୍କ ପାଇଁ ବହୁତ ସମସ୍ୟା ସୃଷ୍ଟି କରିଛି । ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିର ଆମର ଗର୍ବ ଓ ଗୌରବ । ତାହାର ସୁରକ୍ଷା ପାଇଁ ପ୍ରଶାସନ ଏହି ସମସ୍ୟାକୁ ଧ୍ୟାନ ଦେବା ଆବଶ୍ୟକ । ଏନେଇ ସୂର୍ଯ୍ୟମନ୍ଦିର ପରିସରରୁ ପାଣି ନିଷ୍କାସିତ ପାଇଁ କାର୍ଯ୍ୟ କରାଯିବା ନେଇ ସ୍ଥାନୀୟ ବୁଦ୍ଧିଜୀବି ପକ୍ଷରୁ ଦାବି ହୋଇଛି ।

Get real time updates directly on you device, subscribe now.