fbpx

(Video) କୋହଲି-ରୋହିତଙ୍କ ଭିତରୁ କିଏ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ? କିଛି ନ ଭାବି ଉତ୍ତର ଦେଲେ ଏହି ଖେଳାଳି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଦୁଇ ପ୍ରମୁଖ ସ୍ତମ୍ଭ ହେଉଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି । ଉଭୟ ଷ୍ଟାର ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ହ୍ୱାଇଟ ବଲ କ୍ରିକେଟର ଭାବରେ ସ୍ଥାନ ପାଇଛନ୍ତି । ତେବେ ବିରାଟ ଏବଂ ରୋହିତଙ୍କ ମଧ୍ୟରେ କିଏ ସର୍ବଶ୍ରେଷ୍ଠ, ତାହାର ଉତ୍ତର ଖୋଜିବା ସମ୍ଭବ ନୁହେଁ । କାରଣ ଅନେକ ସଂଘର୍ଷପୂର୍ଣ୍ଣ ପରିସ୍ଥିତିରେ ଏ ଦୁହେଁ ଭାରତକୁ ବିଜୟ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ଉଭୟଙ୍କୁ ୱିକେଟ ପରେ ପ୍ରତିପକ୍ଷ ଦଳକୁ ମ୍ୟାଚରେ କବଜା କରିବାରେ ଆହୁରି ସହଜ ହୋଇଯାଏ ।

ଟିମ ଇଣ୍ଡିଆ ପାଇଁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଯୋଡ଼ି ମୋଟ ୨୨,୭୩୫ ରନ୍ କରିଛନ୍ତି । ଉଭୟ ଖେଳାଳିଙ୍କ ନାମରେ ମୋଟ ୭୬ ଶତକ ସାମିଲ ରହିଛି । ତେବେ ଉଭୟଙ୍କ ମଧ୍ୟରେ କିଏ ବେଷ୍ଟ ବୋଲି ପ୍ରଶ୍ନ ହେବାରୁ ଏହାର ଆଶ୍ଚର୍ଯ୍ୟଜନକ ଭାବରେ ଉତ୍ତର ରଖିଛନ୍ତି ୱେଷ୍ଟଇଣ୍ଡିଜର ଷ୍ଟାର ପ୍ଲେୟର କାଏଲ ମାୟର୍ସ । ପ୍ରଶ୍ନ ଶୁଣିବା ମାତ୍ରେ କିଛି ନ ଭାବି ସଙ୍ଗେ ସଙ୍ଗେ ସେ ନିଜ ଉତ୍ତର ରଖିଛନ୍ତି । ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ‘ମୋତେ ଲାଗୁଛି କୋହଲି’ । ସେ କହିଛନ୍ତି ଯେ, କୌଣସି ବୋଲର କୋହଲିଙ୍କୁ ଆଉଟ କରିବାକୁ ଚାହିଁବେ । କ୍ରିକେଟର ସବୁ ଫର୍ମାଟରେ ବେଷ୍ଟ ବ୍ୟାଟ୍ସମ୍ୟାନ ହେଉଛନ୍ତି ବିରାଟ କୋହଲି ।

ରୋହିତ ଏବଂ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି । ଗତବର୍ଷ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ହାରିବା ପରେ ଉଭୟ ଦଳରୁ ଲଗାତାର ବାଦ୍ ପଡ଼ିଛନ୍ତି । ରୋହିତଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଦଳର ନେତୃତ୍ୱ ପଦ ପାଇଛନ୍ତି । ତେବେ ଦିନିକିଆରେ ଟିମ ଇଣ୍ଡିଆର ପ୍ରମୁଖ ଅଂଶ ପାଲଟିଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି ।

Get real time updates directly on you device, subscribe now.