fbpx
BSKY
BJD MC SKY
BJD YOUTH SKY

ବିଜେପିର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଓଡିଶା ଭାସ୍କର: ଶେଷରେ ବହୁ ଅପେକ୍ଷା ଆଉ କଡା ମୁକାବିଲା ପରେ ଗତକାଲି ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ଫଳାଫଳ ପ୍ରକାଶ ପାଇଛି। ୩ ରାଜ୍ୟରେ ଅର୍ଥାତ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ସରକାର ଗଢିବାକୁ ଯାଉଥିବା ବେଳେ କେବଳ ତେଲେଙ୍ଗାନାରେ ସରକାର ଗଠନ କରିଛି କଂଗ୍ରେସ। ତେବେ ବିଜେପିର ଏହି ବଡ଼ ବିଜୟ ପରେ ଦଳୀୟ କାର୍ୟ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିବା ବେଳେ ଦଳ ପକ୍ଷରୁ ବିଜୟ ଉତ୍ସବ ପାଳନ ହେଉଛି। ଏହି ପରିପ୍ରେକ୍ଷୀରେ ବିଜେପିର ୩ ବିଧାନସଭା ବିଜୟ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ଟେଲିଫୋନ ଯୋଗେ କଥା ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନା ଥାଉକି, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ଭଳି ୫ଟି ରାଜ୍ୟରେ ନିର୍ବାଚନ ହୋଇଥିବା ବେଳେ ଗତକାଲି ୪ ରାଜ୍ୟର ଫଳାଫଳ ଘୋଷଣା ହୋଇଥିଲା ବାକି ଥିବା ଆଉ ଗୋଟିଏ ରାଜ୍ୟ ମିଜୋରାମର ଫଳାଫଳ ଆଜି ପ୍ରକାଶ ପାଇବାକୁ ଯାଉଛି। ୪ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ବଡ଼ ବ୍ୟବଧାନରେ ହରାଇ ବିଜେପି ୩ଟି ରାଜ୍ୟ ନିଜ କ୍ଷମତାକୁ ନେଇଛି। ଏହି ବିଜୟ ପରେ ବର୍ତ୍ତମାନ ବିଜେପି ୧୨ ଟି ରାଜ୍ୟରେ କ୍ଷମତାରେ ରହିବ। ଅପରପକ୍ଷେ କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ହାରିବା ପରେ ମାତ୍ର ୩ଟି ରାଜ୍ୟରେ କ୍ଷମତାକୁ ଫେରିଛି। କର୍ଣ୍ଣାଟକ, ହିମାଚଳ ପ୍ରଦେଶ ଏବଂ ତେଲେଙ୍ଗାନାରେ କଂଗ୍ରେସର କ୍ଷମତା ବଜାୟ ରହିଛି।

 

 

Get real time updates directly on you device, subscribe now.