fbpx
BSKY
BJD SHG SKY
BJD MC SKY

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କିଏ ହେବେ ମୁଖ୍ୟମନ୍ତ୍ରୀ , ବିଜେପି ବୈଠକରେ ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ: ବିଜେପି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବହୁମତରେ ବିଜୟ ହାସଲ କରିଛି । ଏବେ ୩ ରାଜ୍ୟରେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଗତକାଲି ସନ୍ଧ୍ୟାରେ ଏ ନେଇ ନିଷ୍ପତ୍ତି ହୋଇସାରିଛି । କିନ୍ତୁ ବିଜେପି ପକ୍ଷରୁ ଏ ପର୍ଯ୍ୟନ୍ତ ନାମର ଘୋଷଣା କରାଯାଇନାହିଁ । ଏଠାରେ ସୂଚାଇ ଦିଆଯାଇପାରେ କି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପିକୁ ପ୍ରଚଣ୍ଡ ବହୁମତ ମିଳିଛି ।

ମଧ୍ୟପ୍ରଦେଶରେ ବିଜେପି ୧୬୩, ରାଜସ୍ଥାନରେ ୧୧୫ ଓ ଛତିଶଗଡରେ ୫୪ ସିଟ୍ ଜିତି ଇତିହାସ ରଚିଛି । ମଧ୍ୟପ୍ରଦେଶରେ ବିଜୟ ପରେ ଶିବରାଜ ସିଂ ଚୌହାନ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଧିକ ରହିଛି । କାରଣ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶ ବିଜେପିରେ ସବୁଠାରୁ ପ୍ରମୁଖ ନେତାଙ୍କ ମଧ୍ୟରେ ଜଣେ । ୨୦୨୩ରେ ସେ ବୁଧନୀ ନିର୍ବାଚନ କ୍ଷେତ୍ରରୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲଢିଥିଲେ । ୨୦୦୬ରୁ ଏହି ନିର୍ବାଚନ ମଣ୍ଡଳୀ ତାଙ୍କ ଗଡ ରହିଆସିଛି ।

ସେହିପରି ରାଜସ୍ଥାନରେ ମହନ୍ତ ବାଳକନାଥ ଓ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି । ଏହି ୨ ନେତାଙ୍କୁ ନେଇ ଏଥର ନିର୍ବାଚନରେ ଚର୍ଚ୍ଚା ଜୋର ଧରିଛି । ଏହା ବ୍ୟତିତ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତଙ୍କ ନାମ ମଧ୍ୟ ଏଠାରେ ଚର୍ଚ୍ଚା ହେଉଛି । ସେହିପରି ଛତିଶଗଡରେ ରମଣ ସିଂହଙ୍କ ନାମ ସବୁଠାରୁ ଆଗରେ ରହିଛି । ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ଦୌଡରେ ସବୁଠାରୁ ଆଗରେ ରହିଛନ୍ତି ।

Get real time updates directly on you device, subscribe now.