fbpx

ଓଡ଼ିଶାରୁ ହେବ IPL ଟିମ: କଟକ ଟିମ୍ କିଣିବେ ଜିନ୍ଦଲ!

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିଖବର । ଆଇପିଏଲରେ ସାମିଲ ହେବାକୁ ଯାଉଛି ଓଡିଶାର ଏକ ଦଳ । ବିସିସିଆଇ ପକ୍ଷରୁ ଦୁଇଟି ନୂଆ ଦଳ ସାମିଲ କରିବା ନେଇ ଘୋଷଣା କରାଯାଇଥିବା ବେଳେ ପ୍ରସ୍ତାବିତ ଦଳ ମଧ୍ୟରେ ରହିଛି କଟକ । ଏପରି ସ୍ଥିତିରେ କଟକ ଆଇପିଏଲ ଦଳ କିଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଶିଳ୍ପପତି ନବୀନ ଜିନ୍ଦଲ ।

ପୂର୍ବତନ ସାଂସଦ ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ମାଲିକ ନବୀନ ଜିନ୍ଦଲ ଏକ ଆଇପିଏଲ ଦଳ କିଣିବାକୁ ନିଷ୍ପତ୍ତି ନେଇଛନ୍ତି । ଜେଏସପିଏଲ ପକ୍ଷରୁ ଓଡ଼ିଶାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଆଇପିଏଲ ଦଳ କିଣିବା ପାଇଁ ଆଗ୍ରହ ପ୍ରକାଶଗ କରିଛନ୍ତି ନବୀନ । ଉଲ୍ଲେଖଯୋଗ୍ୟ ଯେ, କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଆଇପିଏଲ ମ୍ୟାଚ ଖେଳାଯାଇଛି । କିଙ୍ଗସ ଇଲେଭେନ ପଞ୍ଜାବ ଏବଂ ଡେକାନ ଚାର୍ଜର୍ସ ବାରବାଟୀକୁ ନିଜର ହୋମ ଗ୍ରାଉଣ୍ଡ ଭାବରେ ଚୟନ କରିଥିଲେ । ଏହା ସହିତ ଆସନ୍ତା ଫେବୃୟାରୀ ୨୦୨୨ରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ମୁକାବିଲା ଏହି ଷ୍ଟାଡିୟମରେ ଖେଳାଯିବ । ଏହା ସହିତ ବିଦେଶୀ କମ୍ପାନୀ ତଥା ଇଂଲିଶ ପ୍ରିମିୟର ଲିଗ୍ ମାଞ୍ଚେଷ୍ଟର ୟୁନାଇଟେଡ ମାଲିକ ଗ୍ଲେଜର ଫ୍ୟାମିଲି ପକ୍ଷରୁ ଏକ ଟିମ କିଣିବା ପାଇଁ ଆଗ୍ରହ ପ୍ରକାଶ ପାଇଛି ।

Get real time updates directly on you device, subscribe now.