fbpx

ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ କଲା ଜନ୍ମକଲା ବାପ

ରାଉରକେଲା (ଓଡ଼ିଶା ଭାସ୍କର):ରାଉରକେଲାରେ ଲଜ୍ଜା । ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଅଭିଯୋଗ । ୧୫ ବର୍ଷୀୟ ଝିଅକୁ ବାପା ବାରମ୍ବାର ଦୁଷ୍କର୍ମ କରିଥିବା ପରି ଖବର ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠୁ ଆଶ୍ଚର୍ୟ୍ୟର କଥା ହେଉଛି, ଜନ୍ମକଲା ମା’ର ଜାଣତରେ ଗତ ଏପ୍ରିଲ ମାସରୁ ବାପା ଦୁଷ୍କର୍ମ କରି ଆସୁଥିଲା । ଏନେଇ ଚାଇଲଡ ଲାଇନରେ ଅଭିଯୋଗ କରିଛନ୍ତି ନାବାଳିକା ।

ଚାଇଲଡ ଲାଇନ ପଷରୁ ପ୍ଲାଣ୍ଟ ସାଇଟ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ଆଧାରରେ ଉଭୟ ବାପା ଓ ମାକୁ ଅଟକ ରଖାଯାଇଛି । ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ଓ ମାଜିଷ୍ଟ୍ରେଟଙ୍କ ପାଖରେ ୧୬୪ ବୟାନ ରେକର୍ଡ କରାଯିବ ବୋଲି ସିଡବ୍ଲୁ ସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ପୀଡ଼ିୀତା ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାର ସଖୀ ସେଣ୍ଟରରେ ରଖାଯାଇଛି । ଅଭିଯୁକ୍ତ ବାପା ସହରର ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ଡାକ୍ତର ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.