fbpx

ହେମନ୍ତଙ୍କୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଟ୍ୱିଟ୍ ଜରିଆରେ ଶୁଭେଚ୍ଛା ଜଣାଇଲେ ନବୀନ । ଟ୍ୱିଟରେ ନବୀନ କହିଛନ୍ତି ଯେ, ନୂଆ ସରକାର ରାଜ୍ୟକୁ ବିକାଶ ପଥରେ ଆଗେଇ ନେଉ । ଝାଡଖଣ୍ଡବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରୁ ସୋରେନ୍ ସରକାର । ‘

ତେବେ ଆଜି ଝାଡଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହେମନ୍ତ ସୋରେନ୍ । ହେମନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୋରେନ୍ । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସର ପୂର୍ବଦନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଅଶୋକ ଗେହଲତ , ଏମକେ ଷ୍ଟାଲିନ୍, ମମତା ବାନାର୍ଜୀ ସମେତ ବହୁ ଦିଗ୍ଗଜ ନେତା ଯୋଗ ଦେଇଥିଲେ । ଆରଜେଡିର ତେଜସ୍ୱୀ ଯାଦବ, ଏଏପିର ସଞ୍ଜୟ ସିହ, ଛତିଶଗଡ ମୁଖ୍ୟମନ୍ତ୍ରୀ ଓ ଡିଏମକେ ସଭାପତି ଷ୍ଟାଲିନ୍ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.