ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେଲେ ନବୀନ ପଟ୍ଟନାୟକ, ହେଲେ ଆଜି ଫେରିବେନି ଓଡ଼ିଶା
ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେଲେ ନବୀନ ।
ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏନେଇ ସୂଚନା ଦେଲେ ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ।
ଡିସଚାର୍ଜ ହେଲେ ନବୀନ- ସୂଚନା ଅନୁସାରେ, ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେଲେ ନବୀନ ପଟ୍ଟନାୟକ । ସର୍ଭାଇକାଲ୍ ଆର୍ଥ୍ରରାଇଟ୍ସ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ମୁମ୍ବାଇରେ ରହିବେ ନବୀନ- ତେବେ ସେ ବର୍ତ୍ତମାନ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ହେଁ ଏବେ ଭୁବନେଶ୍ବର ଆସିବେ ନାହିଁ । ସେ କିଛି ଦିନ ପର୍ଯ୍ୟନ୍ତ ମୁମ୍ବାଇରେ ରହିବେ । ଡାକ୍ତରଙ୍କ ପରାମର୍ଶରେ କିଛି ଦିନ ମୁମ୍ବାଇରେ ରହିବା ପରେ ଭୁବନେଶ୍ବର ଫେରିବେ ।
ଗତ ଜୁନ 22 ତାରିଖରେ ମୁମ୍ୱାଇର ପ୍ରଖ୍ୟାତ କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କ ଅସ୍ତ୍ରୋପ୍ରଚାର ହୋଇଥିଲା । ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅପରେସନ କରାଯାଇଥିବା ବେଳେ ସଫଳ ମଧ୍ୟ ହୋଇଥିଲା ।
ବର୍ତ୍ତମାନ ନବୀନ ପଟ୍ଟନାୟକ ସୁସ୍ଥ ହୋଇଥିବା ବେଳେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।