fbpx

ନୂଆ ‘ଦଳ’ ଗଢୁଛନ୍ତି ନବୀନ ପଟ୍ଟନାୟକ: ବିଜେଡି ପଦାଧିକାରୀରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ବଡ଼ ପରାଜୟର ସାମନା କରିଛି ବିଜୁ ଜନତା ଦଳ । ୨୪ ବର୍ଷର ଶାସନ ପରେ ପ୍ରଥମ ଥର ପରାସ୍ତ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଆଜି ପବିତ୍ର ରଥଯାତ୍ରାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ବିଜେଡିର ବଡ଼ ପଦାଧିକାରୀ କମିଟିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଖୁବଶୀଘ୍ର ନୂଆ କମିଟି ଗଠନ ହେବ ବୋଲି ମଧ୍ୟ ଶୁଣିବାକୁ ମିଳିଛି । ତେବେ ବିରୋଧୀ ଦଳ ଭାବରେ ବିଜେଡି ନିଜକୁ ପ୍ରସ୍ତୁତ କରୁଛି ବୋଲି ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ଡା. ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବରେ ନିଯୁକ୍ତ କରାଯାଇଛି । ସେହିପରି ସୁକାନ୍ତ କୁମାର ପଣ୍ଡା ନବୀନ ପଟ୍ଟନାୟକଙ୍କର ଜନସମ୍ପର୍କ ଅଧିକାରୀ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ଦଳର ଜାତୀୟ ମୁଖପାତ୍ର ଭାବରେ ୫ ଜଣଙ୍କ ନାଁ ଘୋଷଣା କରିଛି ବିଜେଡି । ଡା. ସଂତୃପ୍ତ ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ଡା. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଏବଂ ପ୍ରଦୀପ କୁମାର ମାଝୀ ଜାତୀୟ ମୁଖପାତ୍ର ଦାୟିତ୍ୱରେ ରହିଛନ୍ତି ।

ଏହାବ୍ୟତୀତ ୧୪ ଜଣ ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ମୁଖପାତ୍ର ତାଲିକାରେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କୁମାର ଦେବ, ଡା. ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ସାମିଲ ହୋଇଛନ୍ତି । ଏହାବ୍ୟତୀତ ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଡି, ସୁଲତା ଦେଓ, ରମେଶ ଚନ୍ଦ୍ର ମାଝୀ, ଭୃଗୁ ବକ୍ସିପାତ୍ର ଏବଂ ଡା. ଲେନିନ ମହାନ୍ତି ମଧ୍ୟ ଏହି ରାଜ୍ୟସ୍ତରୀୟ ମୁଖ୍ୟପାତ୍ର ତାଲିକାରେ ସାମିଲ ରହିଛନ୍ତି । ଦଳର ବରିଷ୍ଠ ନେତା ପ୍ରତାପ କୁମାର ଜେନାଙ୍କୁ ବରିଷ୍ଠ ରାଜ୍ୟଗଣମାଧ୍ୟମ ସଂଯୋଜକ ଭାବରେ ନିଯୁକ୍ତି ମିଳିଛି । ସେହିପରି ସ୍ୱୟମ ପ୍ରକାଶ ମହାପାତ୍ର ସୋସିଆଲ ମିଡିଆ କୋ-ଅର୍ଡନେଟର ଭାବରେ ଦାୟିତ୍ୱ ପାଇଛନ୍ତି । ଶେଷରେ ଲେନିନ ମହାନ୍ତି ଏବଂ ପ୍ରିୟବ୍ରତ ମାଝୀଙ୍କୁ ଗଣମାଧ୍ୟମ ସଂଯୋଜକ ଭାବରେ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.