fbpx

ନମ୍ବର ୱାନରେ ନବୀନ: ସର୍ଭେ ରିପୋର୍ଟ

ଭୁବନେଶ୍ୱର, ୨ା୬(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ ଡାଉନ ରହିଥିଲା । ଲକଡାଉନ ସମୟରେ ଲୋକପ୍ରିୟତା ନେଇ ସି-ଭୋଟର ଓ ଆଇଏଏନଏସ ପକ୍ଷରୁ ଏକ ସର୍ଭେ ହୋଇଥିଲା । ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନରେ ରହିଛନ୍ତି । ସରକାର ନେଇଥିବା ସମସ୍ତ ପଦକ୍ଷେପରେ ଲୋକମାନେ ସନ୍ତୁଷ୍ଟ ହୋଇ ନବୀନଙ୍କୁ ୮୨.୯୬% ଭୋଟ ଦେଇଛନ୍ତି । ନବୀନଙ୍କ ପରେ ଦ୍ୱିତୀୟରେ ରହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା । ସେହିପରି ତୃତୀୟ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ । ଚତୁର୍ଥରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, ପଞ୍ଚମରେ ମହାରଷ୍ଟ୍ର, ଷଷ୍ଠରେ ଦିଲ୍ଲୀ, ସପ୍ତମରେ ହିମାଚଳପ୍ରଦେଶ, ଅଷ୍ଟମ ସ୍ଥାନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରହିଛନ୍ତି । ସର୍ବନିମ  ପଏଣ୍ଟ ପାଇଛନ୍ତି ବିଜେପି ଶାସିତ ହରିୟାଣା ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.