fbpx

ବିଷ୍ଣୁ ପେଣ୍ଠିଆଙ୍କୁ ସହାୟତାର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୧୬ା୧୨(ଓଡ଼ିଶା ଭାସ୍କର): କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଲାଠିଗୁଡା ଗ୍ରାମରେ ନକୁଳ ପେଣ୍ଠିଆ ତାଙ୍କ ପରିବାର ସହ ରୁହନ୍ତି । ତାଙ୍କ ପରିବାର କହିଲେ ନିଜର ଦୁଇ ପୁଅ ଓ ଗୋଟିଏ ଝିଅ ଓ ପତ୍ନୀ । ସେ ପର ଘରେ ମୁଲ ଲାଗି ପରିବାର ପ୍ରତିପୋଷଣ କରନ୍ତି । ଏହି ପରିସ୍ଥିତିରେ ମଧ୍ୟ ବୋଝ ଉପରେ ଲଳିତା ବିଡା ସାଜିଲା ପରି ତାଙ୍କର ବଡ ପୁଅ ଯାହାକୁ ମାତ୍ର ୫ ବର୍ଷ ବିଷ୍ଣୁ ପେଣ୍ଠିଆଙ୍କ ଗୋଡ଼ରେ ଏକ ମାଂସ ପିଣ୍ଡୁଳା ଅହେତୁକ ଭାବେ ବଢୁଛି । ଆର୍ଥିକ ପରିସ୍ଥିତି ଭଲ ନଥିଲେ ମଧ୍ୟ ସେ ବୋରିଗୁମ୍ମା, ଜୟପୁର, କୋରାପୁଟ ମେଡ଼ିକାଲରେ ପୁଅକୁ ଦେଖାଇଥିଲେ । ସେଠାରେ ଡାକ୍ତରମାନେ ବିଷ୍ଣୁଙ୍କର ଚିକିତ୍ସା କଟକ କିମ୍ବା ବ୍ରହ୍ମପୁରରେ କରିବା ପାଇଁ ପରାମର୍ଶ ଦେଇଥିଲେ ।


ନକୁଳ ପେଣ୍ଠିଆଙ୍କ ଏହି ଦୁଃଖଦ ଭରା କାହାଣୀ ଏକ ଦୈନିକ ଖବର କାଗଜରେ ପ୍ରକାଶିତ ହୋଇଥିଲା । ସୌଭାଗ୍ୟକ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଖବର ପଢିଥିଲେ । ବିଷ୍ଣୁଙ୍କର ଦୁର୍ଦ୍ଦଶା ସଂପର୍କରେ ଜାଣିବା ପରେ ତାଙ୍କର ତୁରନ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜୟପୁରର ଅଧିକାରୀମାନେ ତୁରନ୍ତ ଲାଠିଗୁଡ଼ା ଗ୍ରାମକୁ ଯାଇଥିଲେ । ସେହି ସମୟରେ ବିଷ୍ଣୁଙ୍କ ବାପା, ମା’ ଘରେ ନଥିବାରୁ ସେମାନେ ତାଙ୍କୁ ଅପେକ୍ଷା କରିଥିଲେ । ପରେ ତାଙ୍କ ବାପା ମା ଆସିବା ପରେ ତାଙ୍କ ସହ ଆଲୋଚନା କରି ବିଷ୍ଣୁଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ବୋରିଗୁମ୍ମା ହସ୍ପିଟାଲ ନେଇଥିଲେ । ପରେ ବିଷ୍ଣୁଙ୍କୁ କଟକ ବଡ ମେଡିକାଲ ପଠାଯାଇଥିଲା । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ପଠାଯାଇ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.