fbpx

ବିଶ୍ୱକପ ପୂର୍ବରୁ ସନ୍ନ୍ୟାସ ଘୋଷଣା: ୧୫ ଜଣିଆ ଟିମରେ ସ୍ଥାନ ମିଳିଥିଲା

ନୂଆଦିଲ୍ଲୀ: ଆସନ୍ତା ମାସ ୫ ତାରିଖରେ ଭାରତରେ ଦିନିକିଆ ବିଶ୍ୱକପ ମ୍ୟାଚ ହେବ । ସେଥିପାଇଁ ବିଶ୍ୱର ବିଭିନ୍ନ ଦେଶ ବିଶ୍ୱକପ ଖେଳିବା ପାଇଁ ଭାରତ ଗସ୍ତ କରିଛନ୍ତି । ସାଧାରଣ ଭାବେ ଜଣେ ଖେଳାଳିଙ୍କ ପାଇଁ ବିଶ୍ୱକପ ଖେଳିବା ନିଶ୍ଚିତ ଭାବେ ଏକ ଗର୍ବର ବିଷୟ ହୋଇଥାଏ । ମାତ୍ର ଜଣେ ଖେଳାଳି ବିଶ୍ୱକପ ଟିମରେ ସ୍ଥାନ ପାଇବା ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ମୁତାବକ, ଆଫଗାନିସ୍ତାନ ଖେଳାଳି ନବୀନ ଉଲ ହକ ଦିନିକିଆରୁ ଅବସର ଘୋଷଣା କରି ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି । ଏନେଇ ନବୀନ ନିଜ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ‘ନିଜ ଦେଶର ନେତୃତ୍ୱ ନେବା ମୋ ପାଇଁ ବହୁତ ଗର୍ବର ବିଷୟ । ମୁଁ ଏହି ବିଶ୍ୱକପ ପରେ ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରୁଛି । ନିଜର ଦେଶ ପାଇଁ ଟି-୨୦ ଫର୍ମାଟରେ ଖେଳିବା ଜାରି ରଖିବି । ଏହି ନିଷ୍ପତ୍ତି ନେବା ଏତେ ସହଜ ନଥିଲା, ମାତ୍ର କ୍ୟାରିୟର ଆଗକୁ ବଢ଼ାବଇବା ପାଇଁ ଏପରି କଠିନ ନିଷ୍ପତ୍ତି ନେବାକୁ ପଡ଼ିଲା ।’

ନବୀନ ଆଇପିଏଲର ଲକ୍ଷେ୍ନø ସୁପର ଜାଏଣ୍ଟସ ଫ୍ରାଞ୍ଚାଇଜରେ ଖେଳୁଥିବା ବେଳେ ତାଙ୍କର ଏହି ଅବସର ନିଷ୍ପତ୍ତି ଉପରେ ମେଣ୍ଟର ଗୌତମ ଗମ୍ଭୀର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଆଫଗାନିସ୍ତାନ ଆସନ୍ତା ୭ ତାରିଖରେ ବାଂଲାଦେଶକୁ ଓ ୧୧ରେ ଭାରତକୁ ଭେଟିବ । ନବୀନ ମୋଟ ୭ଟି ଦିନିକିଆ ମ୍ୟାଚ ଖେଳିବା ସହ ୧୪ଟି ୱିକେଟ ହାସଲ କରିଛନ୍ତି । ଆଇପିଏଲ ୨୦୨୩ରେ ବିରାଟ କୋହଲିଙ୍କ ସହିତ ନବୀନଙ୍କର ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ଏହି ବିବାଦ ମଧ୍ୟକୁ ଗମ୍ଭୀର ମଧ୍ୟ ଲମ୍ଫ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.