fbpx

ବିଜୁବାବୁଙ୍କ ଆଦର୍ଶକୁ ଆପଣାଇକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ୧୦୫ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ‘ଓଡିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ଥିଲା । ସେବା ଥିଲା ବିଜୁବାବୁଙ୍କ ଆଦର୍ଶ । ବିଜୁବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଆଜି ସମସ୍ତଙ୍କୁ ପ୍ରଭାବିତ କରିଛି । ଓଡିଶାର ସ୍ୱାଭିମାନ ପାଇଁ ଲଢେଇ ଜାରି ରଖିବା । ଗାଁର ବିକାଶ ଆମ ପାଇଁ ସବୁଠୁ ବଡ ପୁରସ୍କାର । ଗାଁରେ କଚ୍ଚା ଘର ପକ୍କା ହେଉଛି, ପାଣି ବିଜୁଳିରେ ଘର ଉଜ୍ୱଳ ଦିଶୁଛି । ମିଶନ ଶକ୍ତି ମା’ ଋଣ ଆଣି ବେପାର କରି ତା’ ପରିବାର ସମୃଦ୍ଧି ଆଣିଛି । ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲରେ ସୁଯୋଗ ସୃଷ୍ଟି ହେଉଛି ।’

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଆଜି ଆମର ପ୍ରତିଟି ପଦକ୍ଷେପରେ ପ୍ରତିଫଳିତ ହେଉଛି । ତଥାପି ଆମକୁ ଆହୁରି ଅନେକ ପଥ ଅତିକ୍ରମ କରିବାକୁ ଅଛି । ବିଜୁବାବୁଙ୍କ ଆଦର୍ଶକୁ ଆପଣାଇ ଲୋକଙ୍କ ସେବା କରିବାକୁ ଆହ୍ୱାନ ଦେଇଛନ୍ତି ନବୀନ ।

Get real time updates directly on you device, subscribe now.