fbpx

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା: ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି କହିଲେ ଏପରି…

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ସଭାପତି ନବଜୋତ ସିଂ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସିଦ୍ଧୁଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ କହିଥିଲେ । ନବଜୋତ ସିଂ ସିଦ୍ଧୁ ନିଜର ଇସ୍ତଫା ପତ୍ରକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ସେ ଏ ବିଷୟରେ ଟ୍ୱିଟ କରି ଇସ୍ତଫା ପତ୍ର ସେୟାର କରିଛନ୍ତି । ଇସ୍ତଫା ପତ୍ରରେ ସିଦ୍ଧୁ ଲେଖିଛନ୍ତି ଯେ, ‘ମୁଁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଉଛି ।’

Image

ତେବେ ୧୦ ମାର୍ଚ୍ଚରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା, ଯେଉଁଥଇରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା । ପରାଜୟ ପରେ ୫ ରାଜ୍ୟର କଂଗ୍ରେସ ମୁଖ୍ୟଙ୍କୁ ଇସ୍ତଫା ପାଇଁ ସୋନିଆ ଗାନ୍ଧୀ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁରର ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତିମାନଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା ।

Get real time updates directly on you device, subscribe now.