fbpx
BJD
BJD SKY
BJD SKY

ଶାରଦୀୟ ନବରାତ୍ରୀରେ ମାଆ ଦୁର୍ଗାଙ୍କ ପାଖେ ଲଗାନ୍ତୁ ଏହି ଭୋଗ, ମିଳିବ ବିଶେଷ ଲାଭ

BJD

ପ୍ରତି ବର୍ଷ ଆଶ୍ୱିନ ମାସର ଶୁକ୍ଳ ପ୍ରତିପଦା ତିଥିରୁ ନବରାତ୍ରୀ ଆରମ୍ଭ ହୋଇଥାଏ । ତେବେ ୨୦୨୩ ବର୍ଷରେ ନବରାତ୍ରୀ ୧୫ ଅକ୍ଟୋବର ରବିବାର ଦିନ ଠାରୁ ଆରମ୍ଭ ହେଉଛି । ସେହିଭଳି ଏହାର ସମାପନ ୨୩ ଅକ୍ଟୋବର ସୋମବାର ଦିନ ହେବ ।

ଶାରଦୀୟ ନବରାତ୍ରୀରେ ସାଧକମାନେ ଉପବାସ କରିଥାନ୍ତି । ଏହି ପୂଜା ସମୟରେ ମାଆ ଦୁର୍ଗାଙ୍କୁ ଅନେକ ପ୍ରିୟ ଭୋଗ ଅର୍ପଣ କରାଯାଇଥାଏ । ଏହାଦ୍ୱାରା ବ୍ୟକ୍ତିଙ୍କୁ ମାଆ ଦୁର୍ଗାଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ । ଆସନ୍ତୁ ଜାଣିବା ନବରାତ୍ରୀ ସମୟରେ ମାଆ ଦୁର୍ଗାଙ୍କୁ କେଉଁ ଜିନିଷର ଭୋଗ ଲଗାଇବା ଆବଶ୍ୟକ ।

-ନବରାତ୍ରୀ ସମୟରେ ମାଆଙ୍କୁ କ୍ଷୀରି ଭୋଗ ଲଗାଯାଏ । ଆପଣ ଚାଉଳ ସ୍ଥାନରେ ଖୁଆ କ୍ଷୀରି କରି ମାଆଙ୍କ ନିକଟରେ ଭୋଗ ଲଗାଇପାରିବେ ।

-ମାଆ ଦୁର୍ଗାଙ୍କ ପାଖେ ଆପଣ ରସଗୋଲା ଭୋଗ ଲଗାଇପାରିବେ । ଏହାଦ୍ୱାରା ମାଆ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ଉପରେ ଦୟା ଦୃଷ୍ଟି ରଖିଥାନ୍ତି । ଆପଣ ନବରାତ୍ରୀ ସମୟରେ ମାଆ ଦୁର୍ଗାଙ୍କୁ ନଡିଆରେ ପ୍ରସ୍ତୁତ ବର୍ଫି ମଧ୍ୟ ଲାଗାଇପାରିବେ ।

-ନବରାତ୍ରୀ ସମୟରେ ମାଆ ଦୁର୍ଗାଙ୍କୁ ରାଶି ଲଡୁ ଭୋଗ ଲଗାଇପାରିବେ । ଘରେ ଏହାକୁ ଅତି ସହଜରେ ଗୁଡ଼ ଏବଂ ରାଶି ମିଶାଇ ଆପଣ ତିଆରି କରିପାରିବେ । ଏଥିସହ ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ହୋଇଥାଏ ।

-ମାଲପୁଆ ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ ଅଟେ । ଏହାକୁ ଆପଣ ଘରେ ଅତି ସହଜରେ ପ୍ରସ୍ତୁତ କରିପାରିବେ । ମାଆ ଦୁର୍ଗାଙ୍କୁ ନବରାତ୍ରୀ ସମୟରେ ମାଲପୁଆ ଭୋଗ ନିଶ୍ଚିତ ଲଗାନ୍ତୁ । ହାଲୁଆ ମଧ୍ୟ ଘରେ ପ୍ରସ୍ତୁତ କରି ମାଆଙ୍କ ପାଖେ ଭୋଗ ଲଗାଇପାରିବେ । ଏହା ମାଆଙ୍କର ସବୁଠାରୁ ପ୍ରିୟ ଭୋଗ । ଏଥିରେ ମାଆ ପସନ୍ନ ହୋଇଥାନ୍ତି ।

Get real time updates directly on you device, subscribe now.