fbpx

ନବରାତ୍ରିର ୯ ଦିନ ଏହି ସମୟରେ ଦୁର୍ଗାପାଠ କରିବା ଦ୍ୱାରା ଶୀଘ୍ର ପୂରଣ ହେବ ମନୋକାମନା

ନବରାତ୍ରୀର ଆରମ୍ଭ ହୋଇସାରିଛି ଓ ଆଗାମୀ ୯ ଦିନ ପର୍ଯ୍ୟନ୍ତ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ପୂଜା, ଉପାସନା କରିବେ । ମାନ୍ୟତା ରହିଛି କି, ଏହି ଦିନ ଦୁର୍ଗା ସପ୍ତଶତୀ ପାଠ କରିବା ଦ୍ୱାରା ବ୍ୟକ୍ତିର ମନୋକାମନା ଶୀଘ୍ର ପୂରଣ ହୋଇଥାଏ । କିନ୍ତୁ ଦୁର୍ଗା ସପ୍ତଶତୀର ପାଠ ଯଦି ଠିକ୍ ସମୟରେ କରାଯାଏ ତେବେ ମା’ଙ୍କ ବିଶେଷ କୃପା ମିଳିଥାଏ ।ତେବେ ଆସନ୍ତୁ ଜାଣିବା ଦୁର୍ଗା ସପ୍ତଶତୀ ପାଠ କରିବାର ଶୁଭ ସମୟ କେତେବେଳେ ରହିଛି ? ଏହି ୯ ଦିନ ଆପଣ ଏହି ସମୟରେ ପାଠ କରିବା ଦ୍ୱାରା ମା’ଙ୍କ କୃପା ପାଇରିବେ ।

ସାଧାରଣତଃ ରାହୁକାଳକୁ ଅଶୁଭ ବୋଲି କୁହାଯାଏ । କିନ୍ତୁ କିଛି କାମରେ ରାହୁଙ୍କୁ ଶୁଭ ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦୁର୍ଗା ସପ୍ତଶତୀ ପାଠ ଏବଂ ସଫଳତା ପାଇଁ ଏକ ଉତ୍ତମ ସମୟ ଭାବରେ ବିବେଚନା କରାଯାଏ । ଦୁର୍ଗା ସପ୍ତଶତୀ ଏକ ବହୁତ ବଡ ପୂଜା । ଯଦିଓ ଦୁର୍ଗା ସପ୍ତଶତୀ ପାଠ କରିବା ଅତ୍ୟନ୍ତ ଲାଭଦାୟକ, କିନ୍ତୁ ନବରାତ୍ରୀ ସମୟରେ ଏହା ନିୟମିତ ପାଠ କରିବା ଦ୍ୱାରା ବ୍ୟକ୍ତି ବିଶେଷ ଫଳ ପାଇଥାଏ । ଏହାର ପାଠ କରିବା ଦ୍ୱାରା ମା ଦୁର୍ଗା ସନ୍ତୁଷ୍ଟ ହୁଅନ୍ତି ଏବଂ ନକାରାତ୍ମକତା ଆପଣଙ୍କ ଘରେ ପ୍ରବେଶ କରିନଥାଏ ।

୯ ଦିନ ପାଇଁ ଦୁର୍ଗା ସପ୍ତଶତୀ ପାଠ କରିବା ପାଇଁ ଶୁଭ ସମୟ :-

ନବରାତ୍ରୀ ପ୍ରଥମ ଦିନ ସୋମବାର – ସକାଳ ୭:୩୦ରୁ ୯ ପର୍ଯ୍ୟନ୍ତ ।
ନବରାତ୍ରୀ ଦ୍ୱିତୀୟ ଦିନ ମଙ୍ଗଳବାର – ଅପରାହ୍ନ ୩ ଟାରୁ ୪.୩୦ ପର୍ଯ୍ୟନ୍ତ ।
ନବରାତ୍ରୀ ତୃତୀୟ ଦିନ ବୁଧବାର – ୧୨ ଟା ରୁ ୧.୩୦ ପର୍ଯ୍ୟନ୍ତ ।
ନବରାତ୍ରୀ ଚତୁର୍ଥ ଦିନ ଗୁରୁବାର – ଦ୍ୱିପହର ୧:୩୦ ରୁ ୩ ପର୍ଯ୍ୟନ୍ତ ।
ନବରାତ୍ରୀ ପଞ୍ଚମ ଦିନ ଶୁକ୍ରବାର – ସକାଳ ୧୦:୩୦ ରୁ ୧୨ ଟା ପର୍ଯ୍ୟନ୍ତ ।
ନବରାତ୍ରୀ ଷଷ୍ଠ ଦିନ ଶନିବାର – ସକାଳ ୯ ରୁ ୧୦:୩୦ ପର୍ଯ୍ୟନ୍ତ ।
ନବରାତ୍ରୀ ସପ୍ତମ ଦିନ ରବିବାର – ସନ୍ଧ୍ୟା ୪:୩୦ ରୁ ।
ନବରାତ୍ରୀ ଅଷ୍ଟମ ଦିନ ସୋମବାର – ସକାଳ ୭.୩୦ ରୁ ୯.୦୦ ସକାଳ ।
ନବରାତ୍ରୀ ନବମ ଦିନ ମଙ୍ଗଳବାର – ଦ୍ୱିପହର ୩ ଟା ରୁ ୪.୩୦ ।

Get real time updates directly on you device, subscribe now.