fbpx

flipkart Big Billion scam:ଫସି ଗଲେ ଗ୍ରାହକ, ଲାପଟପ ବଦଳରେ ମିଳିଲା ଲୁଗା ସଫା ସାବୁନ

ନୂଆଦିଲ୍ଲୀ:ବର୍ତ୍ତମାନ ଫ୍ଲିପକାର୍ଟରେ ବିଗ ବିଲିୟନ ଅଫର ଚାଲିଛି । ଲୋକମାନେ ଅଫର ଆଶାରେ କାହିଁ କେତେ ଅଯଥା ଖର୍ଚ୍ଚ କରୁଛନ୍ତି । ଆଉ କିଛି କିଛି ଏହି ସମୟରେ ଠକାମିର ଶୀକାର ମଧ୍ୟ ହେଉଛନ୍ତି । ତେବେ ଏହି ଭଳି ଏକ ଠକାମିର ଶୀକାର ହୋଇଛନ୍ତି ଆଇଆଇଏମ ଅହମଦାବାଦ ବାଦରେ ପାଠ ପଢ଼ୁଥିବା ଏକ ଛାତ୍ର । ଯିଏକି ବିଗ ବିଲିୟନ ଡେରେ ତାଙ୍କ ବାପାଙ୍କୁ ଉପହାର ଦେବା ପାଇଁ ଏକ ଲାପଟପ ମଗାଇଥିଲେ । କିନ୍ତୁ ଯେତେବେଳେ ପାର୍ସଲ ଆସିଲା ସେତେବେଳେ ଏଥିରୁ ଲାପଟପ ମିଳିଲା ନାହିଁ । ବରଂ ଏଥିରେ ଥିଲା ଘଡି ସାବୁନ ।

ୟଶସ୍ୱୀ ଶର୍ମା ତାଙ୍କର ଲିଙ୍କଦିନ ପୋଷ୍ଟରେ ଏହି ଘଟଣା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏହାସହିତ ସେ ଯେତୋବେଳେ ଫ୍ଲିପକାର୍ଟର ଅଧିକାରୀ ମାନଙ୍କୁ କହିଲେ ସେ ଓଲଟା ତାଙ୍କ ଉପରେ ଦୋଷ ଲଦିଥିଲେ ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ତାଙ୍କ ପାଖରେ ସିସିଟିଭି ପ୍ରମାଣ ମଧ୍ୟ ରହିଛି ।

ଶର୍ମା କହିଛନ୍ତି ଯେ କେବଳ ଗୋଟିଏ ଭୁଲ କରିଛନ୍ତି, ସେ ଫ୍ଲିପକାର୍ଟର ଓପନ ବକ୍ସ ବିଷୟରେ ଅବଗତ ନଥିଲେ । ଏହାଛଡା ସେ କହିଛନ୍ତି ଡେଲିଭରି ବ୍ୟକ୍ତି ମଧ୍ୟ ଏହି ବିଷୟରେ କୌଣସି ସୂଚନା ଦେଇ ନଥିଲେ । ଯାହାଫଳରେ ସେ ଗୋଡିଏ ଏତେ ବଡ ଠକାମିର ଶୀକାର ହେଲେ ।

ଶର୍ମା ଏହି ବିଷୟରେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହିତ ଫ୍ଲିପକାର୍ଟର ସିଇଓ ଏବଂ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଙ୍କୁ ମଧ୍ୟ ଅଂଶୀଦାର କରିଛନ୍ତି ।

Detergent packs delivered instead of laptop

Get real time updates directly on you device, subscribe now.