fbpx

ଛାତ୍ରୀଙ୍କ ମଇଳା ଡ୍ରେସ୍ କାଢ଼ି ସଫା କଲେ ଶିକ୍ଷକ: ଫଟୋ ଭାଇରାଲ ପରେ ଚାକିରିରୁ ବିଦା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶାହଡୋଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ଦଳିତ ଶ୍ରେଣୀର ଛାତ୍ରୀ ସହ ସ୍କୁଲ ଶିକ୍ଷକ ଏକ ଲଜ୍ଜାଜନକ କାମ କରିଥିବା ଦେଖିବାକୁ ମିଳିଛି । ଶିକ୍ଷକ ଜଣକ ଛୁଆର ମଇଳା ପୋଷାକକୁ କାଢ଼ି ନିଜେ ସଫା କରିଥିଲେ । ଏହି ସମୟରେ ପ୍ରାୟ ୨ ଘଣ୍ଟା ଧରି ଛାତ୍ରୀଜଣକ ଅର୍ଦ୍ଧନଗ୍ନ ଅବସ୍ଥାରେ ଛିଡା ହୋଇଥିଲା । ଏହା ପରେ ଶିକ୍ଷକ ସେହି ଛାତ୍ରୀର ଫଟୋ ଉଠାଇ ହ୍ୱାଟ୍ସଆପ ଗ୍ରୁପରେ ପୋଷ୍ଟ ପଠାଇଥିଲେ ।

ଏହି ଘଟଣାଟି ଜିଲ୍ଲାର ଜୟସିଂହାରର ଏକ ବିଦ୍ୟାଳୟରେ ଘଟିଛି । ମାମଲା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ସହାୟକ ଅୟୁକ୍ତ ଜନଜାତୀୟ କାର୍ଯ୍ୟ ବିଭାଗ ନିଲମ୍ବିତ କରିଛି ।

ସୂଚନା ଅନୁସାରେ, ପ୍ରାଥମିକ ସ୍କୁଲର ୫ମ ଶ୍ରେଣୀରେ ପଢ଼ୁଥିବା ଆଦିବାସୀ ଛାତ୍ରୀ ଶ୍ରେଣୀଗୃହକୁ ମଇଳା ୟୁନିଫର୍ମ ପିନ୍ଧି ଆସିଥିଲେ । ଏହାକୁ ଦେଖିବା ପରେ ଶିକ୍ଷକ ଜଣକ ଛାତ୍ରୀର ପୋଷାକ କାଢ଼ି ନିଜେ ଧୋଇବାରେ ଲାଗିଥିଲେ । ଫଳରେ ଛାତ୍ରୀ ଜଣକ ୨ ଘଣ୍ଟା ପର୍ଯ୍ୟନ୍ତ ଅର୍ଦ୍ଧନଗ୍ନ ଅବସ୍ଥାରେ ରହିଥିଲା । ଡ୍ରେସ୍ ଶୁଖିବା ପରେ ଛାତ୍ରୀକୁ ଶ୍ରେଣୀଗୃହକୁ ପଠାଯାଇଥିଲା । ଏହି ମାମଲାରେ ଶିକ୍ଷକ ନିଜକୁ ସ୍ୱଚ୍ଛତାର ବନ୍ଧୁ କହି ଛାତ୍ରୀର ଫଟୋ ବିଭାଗୀୟ ଗ୍ରୁପରେ ସେୟାର କରିଥିଲେ ।

ସୋସିଆଲ ମିଡିଆରେ ଫଟୋଟି ଭାଇରାଲ ହେବା ପରେ ଗ୍ରାମବାସୀମାନେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଥିଲେ । ସେମାନେ ସେହି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ମାମଲାର ସୂଚନା ମିଳିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ।

Get real time updates directly on you device, subscribe now.