fbpx
BJD SKY
BJD SKY

ଇମ୍ରାନ ସରକାରଙ୍କ ପତନ ପରେ ନଓ୍ଵାଜ ସରିଫଙ୍କ ପାଇଁ ଆସିଲା ଭଲ ସମୟ, ଶୀଘ୍ର ଫେରିବେ ପାକିସ୍ତାନ

BJD

ନୂଆଦିଲ୍ଲୀ: ପାକିସ୍ତାନରେ ଇମ୍ରାନ ଖାନ ସରକାରଙ୍କ ପତନ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ପାଇଁ ଆସିଛି ଭଲ ସମୟ। ସରିଫ ଆସନ୍ତା ମାସରେ ଇଦ ପରେ ଲଣ୍ଡନରୁ ସ୍ଵଦେଶ ଫେରି ପାରନ୍ତି। ଅନାସ୍ଥା ପ୍ରସ୍ତାବ ଜରିଆରେ ଇମ୍ରାନ ଖାନଙ୍କ ସରକାର ପତନ ପରେ ଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ପିଏମଏଲ-ଏ-ର ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି। ମିଆଁ ଜାଭେଦ ଲତିଫ କହିଛନ୍ତି, ପାକିସ୍ତାନ ମୁସଲିମ ଲିଗ-ନଓ୍ଵାଜ(ପିଏମଏଲ-ଏନ)ର ସୁପ୍ରିମୋ ଏବଂ ତିନି ଥରର ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ସ୍ଵଦେଶ ପ୍ରତ୍ୟାବର୍ତ୍ତନ ଉପରେ ନିଷ୍ପତ୍ତି ମେଣ୍ଟ ସହିତ ଆଲୋଚନା ପରେ ନିଆଯିବ। ଦ ଏକ୍ସପ୍ରେସ ଟ୍ରିବ୍ୟୁନର ଖବର ଅନୁଯାୟୀ, ସମସ୍ତ ନିଷ୍ପତ୍ତି ପୂର୍ବରୁ ମେଣ୍ଟରେ ସମସ୍ତ ସହଯୋଗୀ ଦଳ ସାମ୍ନାରେ ଏହି ପ୍ରସଙ୍ଗ ରଖାଯିବ।

ସରିଫଙ୍କୁ ୨୦୧୭ ଜୁଲାଇରେ ପାକିସ୍ତାନର ଉଚ୍ଚତମ ନ୍ୟାୟାଳୟ ପାନାମା ପେପର୍ସ ମାମଲାରେ ପ୍ରଧାନମନ୍ତ୍ରୀ ପଦରୁ ବରଖାସ୍ତ କରିଥିଲେ। ଏହା ପରଠୁ ୭୨ ବର୍ଷୀୟ ସରିଫଙ୍କ ବିରୋଧରେ ଇମ୍ରାନ ଖାନଙ୍କ ନେତୃତ୍ଵାଧୀନ ସରକାର ତତ୍କାଳୀନ ସରକାରଙ୍କ ଭ୍ରଷ୍ଟାଚାରର ଅନେକ ମାମଲାରେ ତଦନ୍ତ ଆରମ୍ଭ କରିଥିଲେ। ସରିଫ ଚିକିତ୍ସା ନାମରେ ୨୦୧୯ ନଭେମ୍ବରରେ ଚାରି ସପ୍ତାହ ପାଇଁ ଲଣ୍ଡନ ଯାଇଥିଲେ। ତାଙ୍କୁ ଲାହୋର ଉଚ୍ଚ ନ୍ୟାୟାଳୟ ବିଦେଶ ଯାତ୍ରା କରିବାକୁ ଅନୁମତି ଦେଇଥିଲେ।

ଉଚ୍ଚତମ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରାଯାଇଥିଲା ଯେ, ଡାକ୍ତର ଚାରି ସପ୍ତାହ ଭିତରେ କିମ୍ବା ଏହା ପୂର୍ବରୁ ଯେମିତି ତାଙ୍କୁ ସୁସ୍ଥ ଘୋଷଣା କରିବେ, ସରିଫ ସ୍ଵଦେଶ ଫେରି ପାରିବେ। ସରିଫଙ୍କୁ ଅଲ-ଅଜିଜିଆ ମିଲ୍ସ ଭ୍ରଷ୍ଟାଚାର ମାମଲାରେ ମଧ୍ୟ ଜାମିନ ମିଳିଥିଲା। ଏହି ମାମଲାରେ ସରିଫ ଲାହୋର କୋଟ ଲଖପତ ଜେଲରେ ସାତ ବର୍ଷର ସଜା କାଟୁଥିଲେ।

 

Get real time updates directly on you device, subscribe now.