fbpx

ନକ୍ସଲର IED Blast: ଆକ୍ରମଣରେ ୨ ଜଣ CRPF ଯବାନ ସହିଦ

Advertisement

ଛତିଶଗଡ଼: ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାରେ ପୁଣି ଯବାନଙ୍କ ଉପରେ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ଆଇଡି ବିସ୍ଫୋରଣ ଘଟଣାରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ଜଗରଗୁଣ୍ଡା ଥାନା ଅନ୍ତର୍ଗତ ସିଲଗେର ଏବଂ ତେକୁଲାଗୁଡେମ ମଧ୍ୟରେ ଏହି ବିସ୍ଫୋରଣ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । ନକ୍ସଲବାଦୀ ବିଛାଇଥିବା ଆଇଡି ବିସ୍ଫୋରଣ ଫଳରେ ସିଆରପିଏଫ କୋବ୍ରା ୨୦୧ ବାଟାଲିୟନର ୨ ଜଣ ଯବାନ ସହିଦ ହୋଇଛନ୍ତି ।

ସୂଚନା ଅନୁସାରେ, ସିଲଗେର ଏବଂ ତେକୁଲାଗୁଡେମ ମଧ୍ୟରେ ଏହି ବିସ୍ଫୋରଣ କରାଇଛନ୍ତି ନକ୍ସଲ । ରାସନ୍ ସାମଗ୍ରୀ ନେଇ ଯବାନ କ୍ୟାମ୍ପକୁ ଫେରିବା ବେଳେ ଏହି ଆଇଡି ବିସ୍ଫୋରଣ ହୋଇଛି । ଯବାନଙ୍କ ଏକ ଟ୍ରକକୁ ଆଇଡି ବ୍ଲାଷ୍ଟ କରି ଉଡ଼ାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସହିଦ ଯବାନମାନଙ୍କ ପାର୍ଥିବ ଶରୀର ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଏହି ଆକ୍ରମଣରେ ସହିଦ ହୋଇଥିବା ୨ ଜଣ ଯବାନ ସିଆରପିଏଫ କୋବ୍ରା ୨୦୧ ବାଟାଲିୟନର ବୋଲି ଜଣାଯାଇଛି ।
ସେପଟେ ସୁରକ୍ଷାବଳ ସୁକମା ଜିଲ୍ଲାରେ ପ୍ରଚୁର ପରିମାଣରେ ଜାଲ ନୋଟ ସହିତ ଛାପିବା ମେସିନ ପାଇଁ ବ୍ୟବହୃତ ଉପକରଣ ଜବତ କରିଛି । ଏ ନେଇ ଜଣେ ବରିଷ୍ଠ ପୋଲିସ କର୍ମୀ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଥର ପାଇଁ ଏଠାରୁ ଏତେ ପରିମାଣର ଜାଲ ନୋଟ ଜବତ ହୋଇଛି । ସ୍ଥାନୀୟ ବଜାରର ସାପ୍ତାହିକ ହାଟରେ ନକ୍ସଲବାଦୀ ଦୀର୍ଘ ଦିନରୁ ଜାଲ ନୋଟ ଛାପିବା ସହ ଆଦିବାସୀଙ୍କୁ ଠକିବା ନେଇ ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.