fbpx

ନୟାଗଡ଼ ବାଇପାସକୁ ମିଳିଲା ମଞ୍ଜୁରୀ: ଖର୍ଚ୍ଚ ହେବ ୩ ଶହ କୋଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ରାଜପଥ-୫୭ରୁ ନୟାଗଡ଼ ଟାଉନ୍ ବାଇପାସ୍ ନିର୍ମାଣକୁ ମଞ୍ଜୁରୀ ମିଳିଛି । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହି ବାଇପସେ୍ ନିର୍ମାଣରେ ଖର୍ଚ୍ଚ ହେବ ୩ ଶହ କୋଟି ୩୩ ଲକ୍ଷ ଟଙ୍କା । ରାସ୍ତା ପାଇଁ ୧୦୪ କୋଟି ଓ ଜମି ଅଧିଗ୍ରହଣ ପାଇଁ ୧୩୦ କୋଟି ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ତେବେ ଏହି ବାଇପାସ୍ ମାଙ୍କପାଲ୍ଲୀରୁ ବଡ଼ପଣ୍ଡୁସର ପର୍ଯ୍ୟନ୍ତ ୧୭ କିମି ନିର୍ମାଣ ହେବ ।

Get real time updates directly on you device, subscribe now.