fbpx

ମଦ ସହିତ ଧରାପଡ଼ିଲେ ହେବନି ଜେଲ୍! ନିୟମରେ ରାଜ୍ୟ ସରକାର ଆଣୁଛନ୍ତି ବଡ଼ ପରିବର୍ତ୍ତନ

ପାଟନା: ମଦ ବ୍ୟାନ୍ ଆଇନ୍ କୁ ନେଇ ପୁଣି ଚର୍ଚ୍ଚାରେ ବିହାର । ନୀତିଶ ସରକାର ଖଉବ୍ ଶୀଘ୍ର ମଦ ବ୍ୟାନ୍ ଆଇନରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ନୀତିଶ ସରକାର ଆଗାମୀ ବଜେଟ୍ ଅଧିବେଶନରେ ମଦ ବ୍ୟାନ ଆଇନକୁ ନେଇ ସଂଶୋଧିତ ବିଲ୍ ଆଣିବାର ପ୍ରସ୍ତୁତି କରୁଛନ୍ତି । ଆଉ ଏଥିରେ ମଦ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ କୋହଳ କରାଯାଇପାରେ ବୋଲି ଜାଣିବାକୁ ମିଳିଛି ।

୨୦୧୮ ରେ ମଦ ବ୍ୟାନ୍ ଆଇନରେ ପରିବର୍ତ୍ତନ ଅଣାଯାଇଥିଲା । ଆଉ ୨୦୧୮ ପରେ ଦ୍ୱିତୀୟ ଥର ପାଇଁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଏହି ସଂଶୋଧନରେ କିଛି ନିୟମକୁ କଡ଼ାକଡ଼ି କରାଯିବାକୁ ଥିବା ବେଳେ କିଛି ନିୟମକୁ କୋହଲ କରାଯାଇପାରେ । ମଦ ନିଷେଧ ବିଭାଗ ପକ୍ଷରୁ କୌଣସି ବଡ଼ ଧରଣର ନିଷ୍ପତ୍ତି ମଧ୍ୟ ନେଇପାରନ୍ତି । ସୁତ୍ରରୁ ଜଣାପଡ଼ିଛି ଯେ, ସଂଶୋଧନ ପରେ ମଦ ସହିତ ଯଦି କୌଣସି ବ୍ୟକ୍ତି ଧରାପଡ଼ୁଛନ୍ତି ତାହେଲେ ମଦ ନିଷେଧ ବିଭାଗର କିଛି ନିର୍ଦ୍ଦେଶ ପରେ ଛାଡ଼ିଦିଆଯିବ ବା ଜେଲ୍ ଯିବାକୁ ଆଉ ପଡ଼ିବ ନାହିଁ । କିନ୍ତୁ ଯଦି ଆପଣ ମଦ ସହିତ ବାରମ୍ବାର ଧରାପଡ଼ନ୍ତି ତାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହିତ ଜେଲ୍ ମଧ୍ୟ ଯାଇପାରନ୍ତି ।

ବର୍ତ୍ତମାନ ବିହାରରେ ମଦ ବ୍ୟାନ୍ ଆଇନ ଅଧୀନରେ ମଦ ସହିତ ଧରାପଡ଼ିଲେ କିମ୍ବା ସେବନ କରୁଥିବା ଧରାପଡ଼ିଲେ ଲୋକଙ୍କୁ ଗିରଫ କରାଯିବା ସହିତ ଜେଲ୍ କୁ ପଠାଯିବାର ନିୟମ ରହିଛି ।

Get real time updates directly on you device, subscribe now.