fbpx
BSKY SKY
BSKY SKY

ନାଜୀ କମାଣ୍ଡରଙ୍କ ଡାଏରୀରେ ରହିଛି ଗୁପ୍ତଧନର ଠିକଣା, ଯେଉଁଠି ରହିଛି ୩୦ ଟନରୁ ଅଧିକ ସୁନା

BSKY

ନାଜି କମାଣ୍ଡରଙ୍କ ଡାଏରୀରୁ ମିଳିଛି ଗୁପ୍ତଧନର ଠିକଣା, ଯେଉଁଠି ଲୁଚି ରହିଛି ୩୦ ଟନ୍ ବା ୩୦ ହଜାର କିଲୋଗ୍ରାମରୁ ଅଧିକ ସୁନା । କୁହାଯାଏ ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ସେନା ହିଟଲର ନାଜି ବହୁ ଲୁଟ୍ କରିଥିଲେ । ଲୁଟ ହୋଇଥିବା ଧନସମ୍ପଦ ବିଷୟରେ ନାଜି କମାଣ୍ଡରଙ୍କ ଡାଏରୀରେ ଲେଖାଯାଇଥିବା ଦେଖିବାକୁ ମିଳିଛି । ପ୍ରାୟ ୧୧ଟି ଅଲଗା ଅଲଗା ସ୍ଥାନରେ ଏହି ଗୁପ୍ତଧନକୁ ଲୁଚାଯାଇଥିବା ଜଣାଯାଇଛି ।

ତେବେ ପ୍ରାୟ ୭୫ ବର୍ଷ ପୂେର୍ବେ ନାଜି କମାଣ୍ଡର ହେନରିଚ୍ ହିମଲର ଏହି ଗୁପ୍ତଧନକୁ ଅଲଗା ଅଲଗା ସ୍ଥାନରେ ଲୁଚାଇରଖିଥିଲେ । ଏନେଇ ପୋଲାଣ୍ଡର ନ୍ୟୁଜ ୱେବସାଇଟ ‘ଦ ପାଷ୍ଟ ନ୍ୟୁଜ୍’ରେ ଖବର ପ୍ରକାଶିତ ହେବା ସହ ଡାଏରୀରୁ ସେହି ୧୧ଟି ସ୍ଥାନ ବିଷୟରେ ମଧ୍ୟ ଖବର ସଂଗ୍ରହ କରାଯାଇଛି ।

ଡାଏରୀରେ ଲେଖାଯାଇଥିବା ଗୋଟିଏ ସ୍ଥାନ ହେଉଛି ପୋଲାଣ୍ଡର ରୋଜଟୋକା ରାଜଭବନ, ଯାହାକି ୧୬ତମ ଶତାଦ୍ଦୀରେ ନିର୍ମିତ ହୋଇଥିଲା । ଏହି ରାଜଭବନ ପରିସରରେ ଏକ କୂଅ ରହିଛି, ଯେଉଁଥିରେ ୩୦ ଟନ୍ ସୁନା ବା ୩୦ ହଜାର କିଲୋଗ୍ରାମ ସୁନା ଅଛି ବୋଲି କୁହାଯାଇଛି । ବର୍ତ୍ତମାନ ସମୟରେ ଏହାର ମୂଲ୍ୟ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି କମାଣ୍ଡର ସେଠାକୁ ବୁଲିବାକୁ ଯାଇଥିବା ବେଳେ ସୁନାକୁ ସେହି ରାଜବଭନରେ ଲୁଚାଇ ଦେଇଥିଲେ । କୂଅ ବ୍ୟତିତ ଅନ୍ୟ ସ୍ଥାନରେ ବି ସେ ବିଭିନ୍ନ ଅଳଙ୍କାର ଓ ସୁନା ଲୁଚାଇଥିବା ଜଣାପଡିଛି ।

Get real time updates directly on you device, subscribe now.