fbpx

୨ ଘଣ୍ଟା ଧରି ଚାଲିଥିଲା ଅନନ୍ୟା ପାଣ୍ଡେଙ୍କୁ ଏନସିବିର ଜେରା, ଆଜି ଦିନ ୧୧ଟାରେ ପୁଣି…

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଫଶିଥିବା ବଲିଉଡ୍ ଅଭିନେତା ଶାହରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ୍ ଖାନ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗିରଫ ହେବା ପରଠାରୁ ୪ଟି ଜାମିନ୍ ଖାରଜ ହୋଇଚାଲିଛି । ଯାହାପରେ ସେ ଓ ତାଙ୍କ ପରିବାରର ସମସ୍ୟା ମଧ୍ୟ ବଢ଼ିଯାଇଛି । ଏହି ପରିପ୍ରେକ୍ଷୀରେ ଗତକାଲି ଶାହରୁଖ ଖାନଙ୍କ ଘରେ ଏନସିବି ସର୍ଚ୍ଚ ଅପରେସନ୍ କରିଥିଲା । ଖାଲି ସେତିକି ନୂହେଁ ଆର୍ଯ୍ୟନ ନିଜ ଫୋନ୍ ରେ ବଲିଉଡ୍ ର ଜଣେ ଅଭିନେତ୍ରୀଙ୍କ ସହ ଡ୍ରଗ୍ସକୁ ନେଇ କରିଥିବା ଚାଟ୍ ମଧ୍ୟ ଏବେ ଏନସିବି ହାତରେ ଲାଗିଛି । ତେବେ ଉକ୍ତ ଅଭିନେତ୍ରୀ ଜଣକ କିଏ ତାହା ଜଣାପଡ଼ିନାହିଁ । ହେଲେ ଗତକାଲି ଶାହରୁଖ ଖାନଙ୍କ ଘର ସମେତ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘର ଉପରେ ମଧ୍ୟ ଏନସିବି ଚଢ଼ାଉ କରିବାପରେ ଚାଟ୍ ରେ ଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ହିଁ ହୋଇଥିବେ ବୋଲି ଆଶଙ୍କା ବଢ଼ିଛି ।

ଗତକାଲି ଏନସିବି ଅନନ୍ୟା ପାଣ୍ଡେଙ୍କୁ ଏ ମାମଲାରେ ପଚରାଉଚରା କରିବା ପାଇଁ ସମନ ଜାରି କରିଥିଲା । ଏହାପରେ ଏନସିବି ଅଫିସ୍ ରେ ପହଞ୍ଚିଥିଲେ ଅନନ୍ୟା । ପ୍ରାୟ ଦୁଇ ଘଣ୍ଟା ଧରି ଏନସିବି ବିଭିନ୍ନ ଦିଗକୁ ଆଧାର କରି ପ୍ରଶ୍ନ କରିଥିଲା । ତେବେ ଅକ୍ଟୋବର ୨୧ ତାରିଖରେ ହୋଇଥିବା ପଚରାଉଚରା ବୋଧହୁଏ ପୂରା ହୋଇନାହିଁ । ତେଣୁ ଆଜି ଅର୍ଥାତ୍ ୨୨ ତାରିଖରେ ପୁଣିଥରେ ସକାଳ ୧୧ ଟା ସମୟରେ ପଚରାଉଚରା ପାଇଁ ଡାକିଛି ଏନସିବି ଟିମ୍ ।

ତେବେ ଗତକାଲି ଅନନ୍ୟାଙ୍କୁ ଏନସିବି କିଛି ପ୍ରଶ୍ନ କରିଥିଲା ଯେପରିକି; କଣ ଆପଣ ଆର୍ଯ୍ୟନଙ୍କୁ ଜାଣନ୍ତି? କଣ ଆପଣ ତାଙ୍କ ଠାରୁ ଡ୍ରଗ୍ସ ନେଇଛନ୍ତି କି? କଣ ଆପଣ ଆର୍ଯ୍ୟନ୍ ଡ୍ରଗ୍ସ ନେଇଥିବା କେବେ ଦେଖିଛନ୍ତି କି? ଆର୍ଯ୍ୟନ୍ ଡ୍ରଗ୍ସ କାହାଠାରୁ ନେଇଥିଲେ? ଆର୍ଯ୍ୟନ କେବେ ଠାରୁ ଡ୍ରଗ୍ସ ନେଉଛନ୍ତି? ସେ କେଉଁ ପ୍ରକାର ଡ୍ରଗ୍ସ ନିଅନ୍ତି? ଡ୍ରଗ୍ସ କିଏ ସପ୍ଲାଏ କରୁଥିଲା? କେଉଁ କେଉଁ ସମୟରେ ଡ୍ରଗ୍ସ ନେଇଥିଲେ? ଏପରି ଅନେକ ପ୍ରଶ୍ନ କରିଥିଲା ଏନସିବି ।

Get real time updates directly on you device, subscribe now.